ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ ଆଶଙ୍କା

ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ ଆଶଙ୍କା। ଇସ୍ରାଏଲ ବିରୋଧରେ ଇରାନ ଏବଂ ଅନ୍ୟ ଆତଙ୍କୀ ସଂଗଠନର ଲଢେଇ ଏବେ ଧର୍ମଯୁଦ୍ଧରେ ହୋଇଛି ପରିଣତ । ଇରାନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇଙ୍କ ଯୁଦ୍ଧଂଦେହୀ ଡାକରା ପରେ ଆହୁରି ଆକ୍ରମଣାତ୍ମକ ହୋଇଉଠିଛି ଇସ୍ରାଏଲ। ଏକା ସମୟରେ ଲେବାନନରେ ପଶି ହିଜବୁଲ୍ଲା ଆଡ୍ଡା ନଷ୍ଟ କରି ଆତଙ୍କୀଙ୍କୁ ନିପାତ କରୁଥିବା ବେଳେ ଗାଜାରେ ହମାସ ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ପ୍ରତିରକ୍ଷାବାହିନୀ। ସେପେଟ ଇରାନ ପକ୍ଷରୁ କରାଯାଇଥିବା ମିଶାଇଲ ଆକ୍ରମଣର ଜବାବ ଦେବାକୁ ସୁଯୋଗ ଅପେକ୍ଷାରେ ଛକି ବସିଛି ଇସ୍ରାଏଲ ସେନା ।ହିଜବୁଲ୍ଲା ଉପରେ ଜାରି ରଖିଛି ଜୋରଦାର ଆକ୍ରମଣ। । ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନରେ ୨୫୦ରୁ ଅଧିକ ହିଜବୁଲ୍ଲା ଆତଙ୍କବାଦୀ ନିପାତ ହୋଇଥିବା ଦାବି କରିଛି ଆଇଡିଏଫ। ନିପାତ ହୋଇଥିବା ଆତଙ୍କୀ ମାନଙ୍କ ମଧ୍ୟରେ ରହିଛନ୍ତି ହିଜବୁଲ୍ଲାର ବହୁ କମାଣ୍ଡର ।
What's Your Reaction?






