ମହାନଦୀକୁ ଡେଇଁପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ

Aug 24, 2024 - 12:00
 0  4
ମହାନଦୀକୁ ଡେଇଁପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ

ନବମ ଶ୍ରେଣୀ ଛାତ୍ରୀ ଡେଇଁପଡ଼ିଲେ ମହାନଦୀକୁ। ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଛାତ୍ରୀଜଣଙ୍କ ଡେଇଁପଡିଥିବା ମିଳିଛି ସୂଚନା। ଆଜି ସକାଳୁଆ ସ୍କୁଲ ଥିବାରୁ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ମାତ୍ର ସେ ଚାଉଁରପୁର ବ୍ରିଜ ନିକଟରେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ଏହାଦେଖି ମଣ୍ଣିଂୱାକ୍‌ କରୁଥିବା କିଛି ଲୋକ ପାଟି କରିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଆଖି ପିଛୁଳାକେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ। ଖବର ପାଇ ଉଦ୍ଧାର ପାଇଁ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପତ୍ତା ମିଳି ପାରିନି। ଖବର ପାଇ କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

What's Your Reaction?

like

dislike

love

funny

angry

sad

wow