ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତି-ମଣତି
ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନ ଭଣ୍ଡାରରେ ଥିବା ଅମୁଲ୍ୟ ପଦାର୍ଥ ଗୁଡିକର ଗଣତି ମଣତି । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ଛତିଶା ନିଯୋଗ ସହିତ ହୋଇଛି ଆଲୋଚନା । ଖୁବ୍ଶୀଘ୍ର ସ୍ଥିର ହେବ ସମୟ ନିର୍ଘଣ୍ଟ। ଏଥିପାଇଁ ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦିଆଯାଇଛି ଦାୟିତ୍ୱ, ସେମାନେ ଛତିଶା ନିଯୋଗ ସହିତ ଚର୍ଚ୍ଚା ଆଲୋଚନା କରି ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ଦିନ ଓ ସମୟ ଧାର୍ଯ୍ୟ କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
What's Your Reaction?