ମା’ ପୁଅ ପରି ଥିଲା ସମ୍ପର୍କ ; ଛାଇ ପରି ରହୁଥିଲେ , ହେଲେ ହଠାତ୍ ଦୂରେଇଗଲେ ରାଷ୍ଟ୍ରପତିଙ୍କ ଆଉ ଜଣେ ଆପଣା ମଣିଷ

Sep 3, 2026 - 13:24
 0  1
ମା’ ପୁଅ ପରି ଥିଲା ସମ୍ପର୍କ ; ଛାଇ ପରି ରହୁଥିଲେ  , ହେଲେ ହଠାତ୍ ଦୂରେଇଗଲେ ରାଷ୍ଟ୍ରପତିଙ୍କ ଆଉ ଜଣେ ଆପଣା ମଣିଷ

ଔପଚାରିକତା ସିନା ସୁରକ୍ଷା ଦେବା, ହେଲେ ଦୁହିଁଙ୍କୁ ଦେଖିଲେ ଲାଗୁଥିଲା, ଯେମିତି ଦୁହିଁଙ୍କ ଭିତରେ ଥିଲା ମା’ ପୁଅର ସମ୍ପର୍କ ।

ରାଷ୍ଟ୍ରପତି ଯୁଆଡ଼େ ଯାଉଥିଲେ, ତାଙ୍କ ସହ ଛାଇ ପରି ରହୁଥିଲେ । ହେଲେ ହଠାତ୍ ଦୂରେଇଗଲେ । ଆମେ କହୁଛୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବତନ୍ତ୍ର ସୁରକ୍ଷା ଦାୟିତ୍ବ ବା ADC ପଦରେ ଥିବା ମେଜର୍ ରିଷଭ୍ ସିଂହ ସାମ୍ବ୍ୟାଲ୍ ଙ୍କ କଥା ।  

 ଔପଚାରିକତା ସିନା ସୁରକ୍ଷା ଦେବା, ହେଲେ ଦୁହିଁଙ୍କୁ ଦେଖିଲେ ଲାଗୁଥିଲା, ଯେମିତି ଦୁହିଁଙ୍କ ଭିତରେ ଥିଲା ମା’ ପୁଅର ସମ୍ପର୍କ । ରାଷ୍ଟ୍ରପତି ଯୁଆଡ଼େ ଯାଉଥିଲେ, ତାଙ୍କ ସହ ଛାଇ ପରି ରହୁଥିଲେ । ହେଲେ ହଠାତ୍ ଦୂରେଇଗଲେ । ଆମେ କହୁଛୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବତନ୍ତ୍ର ସୁରକ୍ଷା ଦାୟିତ୍ବ ବା ADC ପଦରେ ଥିବା ମେଜର୍ ରିଷଭ୍ ସିଂହ ସାମ୍ବ୍ୟାଲ୍ ଙ୍କ କଥା । 

ରାଷ୍ଟ୍ରପତିଙ୍କ ସହ ପାଦରେ ପାଦ ମିଶାଇ ଚାଲୁଥିବା ,ଛାଇ ଭଳି ରହି ସୁରକ୍ଷା ଦେଉଥିବା , କେବେ ବର୍ଷାରେ ରାଷ୍ଟ୍ରପତିଙ୍କ ପାଇଁ ଛତା ଧରି ଚାଲୁଥିବା ,ରାଷ୍ଟ୍ରପତିଙ୍କ ପୁଅ ପରି ଧ୍ୟାନ ରଖୁଥିବା , ଏବଂ ସୋସିଆଲ ମିଡିଆରେ ଲୋକଙ୍କ ମନ ଜିତି ଆସୁଥିବା, ପୂରା ଇଣ୍ଟରନେଟ୍ କ୍ରସ୍ ବିନିଥିବା ମେଜର ରେଷଭ ସିଂହ ସାମ୍ବ୍ୟାଲ ଏବେ ଭାରତୀୟ ସେନାକୁ ଅଲବିଦା କହିସାରିଛନ୍ତି । ଆର୍ମିରୁ ହଠାତ୍ ତାଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମନରେ ପ୍ରଶ୍ନ ଏମିତି କ’ଣ ହେଲା ଯେ, ମେଜର୍ ରେଷଭ ଏପରି ହଠାତ୍ ଚାକିରି ଛାଡ଼ିଦେଲେ… ଅନେକ କହୁଛନ୍ତି, ପୁଅ ପରି ସୁରକ୍ଷା ଦେଉଥିବା ରାଷ୍ଟ୍ରପତିଙ୍କ ମେଜର୍ ପୁଅ ଦୂରେଇଯିବା ପରେ ଏବେ ମନ କଷ୍ଟରେ ବୋଧେ ରାଷ୍ଟ୍ରପତି ।  

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ବି ଖୁବ୍ ସଂଘର୍ଷ ଏବଂ ଘାତ ପ୍ରତିଘାତ ଦେଇ ଆଗକୁ ବଢ଼ିଛି । କମ୍ ବୟସରେ ସ୍ବାମୀଙ୍କ ହରାଇଲେ , ଦୁଇ ଯବାନ୍ ପୁଅଙ୍କୁ ବି ହରାଇଲେ । ଆଉ ଏବେ ମେଜର୍ ପୁଅକୁ ହରାଇଲେ । ମେଜର୍ ରିଷଭ୍ ଆର୍ମି ଛାଡ଼ିବା ପରେ ନେଟିଜେନ୍ସ କହୁଛନ୍ତି ରାଷ୍ଟ୍ରପତିଙ୍କ ଠାରୁ ତାଙ୍କ ଆଉ ଜଣେ ଆପଣା ଲୋକ ଦୂରେଇଗଲେ । 

ମେଜର୍ ରେଷଭ ସିଂହ ସାମ୍ବ୍ୟାଲ ୨୦୨୧ରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ ଜାଠ୍ ରେଜିମେଣ୍ଟରେ କ୍ୟାପ୍ଟେନ୍ ପଦ ପାଇଥିଲେ। ଗଣତନ୍ତ୍ର ଦିବସରେ ପୂରା ଟିମର ନେତୃତ୍ବ ନେଇଥିଲେ । ତାଙ୍କ ଟିମ୍ ସେହି ବର୍ଷ ସର୍ବଶ୍ରେଷ୍ଠ ମାର୍ଚ୍ଚିଙ୍ଗ ଟ୍ରଫି ବି ଜିତିଥିଲା । ଏହାପରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଲା ।

ଏହାପରେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କ ସୁରକ୍ଷାର ମଙ୍ଗ ସମ୍ଭାଳିଲେ । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଆନ୍ତୁ ତାଙ୍କ ସହ ଛାଇ ଭଳି ରୁହନ୍ତି ମେଜର୍ ରିଷଭ୍ । ପୂର୍ବରୁ ଅନେକ ରାଷ୍ଟ୍ରପତିଙ୍କୁ ତାଙ୍କ ସୁରକ୍ଷା ଯବାନଙ୍କ ସହ ଦେଖିବାକୁ ମିଳୁଥିଲେ ବି ମେଜର୍ ରିଷଭ୍ କିନ୍ତୁ ଅତି ସଯତ୍ନ ସହ ରାଷ୍ଟ୍ରପତିଙ୍କ ସୁରକ୍ଷା କରନ୍ତି, ଯାହା ଭିଡିଓରୁ ବାରି ହୋଇପଡ଼େ । ଜାଣେ ପୁଅ ମରି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସୁରକ୍ଷା କରନ୍ତି । ଦୁହିଁଙ୍କ ସମ୍ପର୍କକୁ ସୋସିଆଲ ମିଡିଆରେ ଲୋକେ ମା’ ପୁଅଙ୍କ ସମ୍ପର୍କ; ବୋଲି କୁହନ୍ତି । ହେଲେ ଏବେ ରେଷଭ୍ ଇସ୍ତଫା ଦେବା ପରେ ଖାଲି ପ୍ରଶଂସକ ନୁହନ୍ତି ଖୋଦ୍ ରାଷ୍ଟ୍ରପତି ବି ବୋଧେ ଦୁଃଖରେ ।

ଏନେଇ ନେଟିଜେନ୍ସ ପ୍ରଶ୍ନ କରିବାରୁ ଉତ୍ତର ରଖିଛନ୍ତି ରେଷଭ୍ । କହିଛନ୍ତି , ପିଲାଟି ଦିରୁ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ତାଙ୍କ ସ୍ବପ୍ନ ଥିଲା। ସେ ସ୍ବପ୍ନକୁ ବି ପୂରଣ କଲେ । କିନ୍ତୁ ପରିସ୍ଥିତି ଆଗରେ କେବେ କେବେ ମଣିଷ ହାର୍ ମାନେ । ନିଜର ତଥା କିଛି ପାରିବାରିକ କାରଣରୁ ସେ ସେନାରୁ ଦୂରେଇଗଲେ । ଆର୍ମି ଛାଡ଼ିଲେ । ତାଙ୍କର ଇସ୍ତଫାକୁ ନେଇ ସବୁ ମହଲରେ ଚର୍ଚ୍ଚା ।

What's Your Reaction?

like

dislike

love

funny

angry

sad

wow