ମୋଦିଙ୍କ ଜନ୍ମଦିନରେ ଦୀପ ଜାଳି ପ୍ରାର୍ଥନା, ବାଲେଶ୍ୱରରେ ବିଜେପିର ‘ସେବା ସମର୍ପଣ’

Sep 17, 2026 - 14:38
 0  1
ମୋଦିଙ୍କ ଜନ୍ମଦିନରେ ଦୀପ ଜାଳି ପ୍ରାର୍ଥନା, ବାଲେଶ୍ୱରରେ ବିଜେପିର ‘ସେବା ସମର୍ପଣ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ‘ସେବା ସମର୍ପଣ ଦିବସ’ ଭାବେ ପାଳନ କରାଯାଉଛି । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ‘ସେବା ସମର୍ପଣ ଦିବସ’ ଭାବେ ପାଳନ କରାଯାଉଛି । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବ । ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସରରେ ତାଙ୍କ ଦୀର୍ଘାୟୁ କାମନା କରି ଦେଶବ୍ୟାପୀ ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଉଛି । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାରଗୋଦାସ୍ଥିତ ଜଗନ୍ନାଥ ମନ୍ଦିରରେ ଖଣ୍ଡେଶ୍ୱର ମଣ୍ଡଳ ପକ୍ଷରୁ ଦୀପ ପ୍ରଜ୍ୱଳନ କରିଛନ୍ତି ବିଜେପି କର୍ମୀ । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କରିଥିଲେ କର୍ମୀମାନେ ।  

What's Your Reaction?

like

dislike

love

funny

angry

sad

wow