ମ୍ୟାଚ୍ ଖେଳିଲେ ହିଁ ମିଳିବ ବାର୍ଷିକ କଣ୍ଟ୍ରାକ୍ଟ’: BCCI ଆଣିବାକୁ ଯାଉଛି ନୂଆ ନିୟମ

Sep 13, 2026 - 11:36
 0  1
ମ୍ୟାଚ୍ ଖେଳିଲେ ହିଁ ମିଳିବ ବାର୍ଷିକ କଣ୍ଟ୍ରାକ୍ଟ’: BCCI ଆଣିବାକୁ ଯାଉଛି ନୂଆ ନିୟମ

ଗତ କିଛି ମାସରେ ଟିମ୍‌ ଇଣ୍ଡିଆର ଅନେକ ପ୍ରମୁଖ ଖେଳାଳି ଲଗାତାର ଆହତ ହୋଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖେଳାଳିମାନେ ଅଧିକରୁ ଅଧିକ ମ୍ୟାଚ୍‌ ପାଇଁ ଫିଟ୍‌ ଓ ଉପଲବ୍ଧ ରହିବା ନେଇ BCCI ଗୁରୁତ୍ୱ ଦେଉଛି। 

 ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଖେଳାଳିଙ୍କ ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନିୟମରେ ବଡ଼ ପରିବର୍ତ୍ତନ ଆଣିବା ନେଇ ବିଚାର କରୁଛି। ନୂଆ ନିୟମ ଲାଗୁ ହେଲେ ଖେଳାଳିଙ୍କ ଭଲ ପ୍ରଦର୍ଶନ ଓ ସିନିୟରିଟି ସହିତ ମ୍ୟାଚ୍‌ ପାଇଁ ଉପଲବ୍ଧତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ସୂଚନା ଅନୁସାରେ, ଗତ କିଛି ମାସରେ ଟିମ୍‌ ଇଣ୍ଡିଆର ଅନେକ ପ୍ରମୁଖ ଖେଳାଳି ଲଗାତାର ଆହତ ହୋଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖେଳାଳିମାନେ ଅଧିକରୁ ଅଧିକ ମ୍ୟାଚ୍‌ ପାଇଁ ଫିଟ୍‌ ଓ ଉପଲବ୍ଧ ରହିବା ନେଇ BCCI ଗୁରୁତ୍ୱ ଦେଉଛି। ବୋର୍ଡ ଏକ ଏଭଳି ଫର୍ମୁଲା ଉପରେ ଆଲୋଚନା କରୁଛି, ଯେଉଁଥିରେ ପୂରା ସିଜନରେ ଖେଳାଳିଙ୍କ ଫିଟନେସ୍‌ ଓ ଉପଲବ୍ଧତା ଉପରେ ନଜର ରଖାଯିବ। ସେଣ୍ଟ୍ରାଲ କନ୍ଟ୍ରାକ୍ଟ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ମ୍ୟାଚ୍‌ରେ ଖେଳିବାକୁ ଉପଲବ୍ଧ ରହିବାର ସର୍ତ୍ତ ମଧ୍ୟ ରହିପାରେ।

ତେବେ ଏହି ନିୟମ ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ। BCCI ଭିତରେ ଏନେଇ କେବଳ ପ୍ରାରମ୍ଭିକ ଆଲୋଚନା ଚାଲିଛି ଏବଂ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ନିୟମ ଲାଗୁ ହେଲେ ଭବିଷ୍ୟତରେ କେବଳ ଭଲ ପ୍ରଦର୍ଶନ ନୁହେଁ, ଫିଟନେସ୍‌ ଓ ଟିମ୍‌ ପାଇଁ ଉପଲବ୍ଧତା ମଧ୍ୟ କଣ୍ଟ୍ରାକ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

What's Your Reaction?

like

dislike

love

funny

angry

sad

wow