ଯାଞ୍ଚ ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍
ଝାରସୁଗୁଡାର ୧୩ଟି ବୁଥରେ ପୁଣିଥରେ ଯାଞ୍ଚ ହେବ ଇଭିଏମ୍ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ୍ ।୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ଟିକେଟରୁ ଲଢିଥିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ମାତ୍ର ୧୩୩୩ ଭୋଟରେ ପରାସ୍ତ ହୋଇଥିଲେ ଦୀପାଳି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ସହ ପୁନଃ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ କରିଥିଲେ ଆବେଦନ । ଯାହାକୁ ଗ୍ରହଣ କରି ନେଇଛନ୍ତି ନିର୍ବାଚନ କମିଶନ୍ ।
What's Your Reaction?