ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ
ଦିଗପହଣ୍ଡି ଥାନା ଭିଷ୍ମଗିରି ଗାଁରୁ ଆସିଛି ନାବାଳିକା ବଧୂ ହତ୍ୟା ମାମଲା । ଯୋଜନାବଦ୍ଧ ହତ୍ୟା ମାମଲାରେ ସାମିଲ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ପୁଲିସ ।
ସୂଚନା ଅନୁଯାୟୀ, ଉକ୍ତ ଗାଁର ରମେଶ ବିଷୋୟୀଙ୍କ ପୁଅ ଜିତେନ୍ଦ୍ର ଶିବରାମ ସାହୁଙ୍କ ନାବାଳିକା ଝିଅ ନନ୍ଦିନୀଙ୍କୁ ନେଇ ଫେରାର ହେବା ପରେ ଗାଁକୁ ଫେରି କରିଥିଲେ ବିବାହ । ଗତ ଶନିବାର ନନ୍ଦିନୀଙ୍କୁ ଯୌତୁକ ଆଣିବା ପାଇଁ ବାଧ୍ୟ କରିଥିଲେ ଶ୍ୱଶୁର ଘର ଲୋକେ । ପରେ ଗଳା ଚିପି ହତ୍ୟା କରି ତରବରିଆ ଭାବେ ପୋଡିଥିଲେ । ଯାହାକୁ ନେଇ ସନ୍ଦେହ କରିଥିଲେଗ୍ରାମବାସୀ ଓ ନନ୍ଦିନୀଙ୍କ ପରିବାର ଲୋକେ । ଏନେଇ ନନ୍ଦିନୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
What's Your Reaction?