ରକ୍ତମୁଖା ହୋଇପଡିଛି ଇସ୍ରାଏଲ

Sep 30, 2024 - 12:49
 0  2
ରକ୍ତମୁଖା ହୋଇପଡିଛି ଇସ୍ରାଏଲ

ରକ୍ତମୁଖା ହୋଇପଡିଛି ଇସ୍ରାଏଲ। ହମାସ,ହିଜବୁଲ୍ଲା ପରେ ଏବେ ନିଶାଣରେ ୟେମେନ ସମର୍ଥିତ ହୁତୀ ଆତଙ୍କୀ ସଂଗଠନ। ରବିବାର ଆଇଡିଏଫ ପକ୍ଷରୁ ୟେମେନରେ ରହିଥିବା ହୁତୀ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ଏନେଇ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ।ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ହୁତୀ ଆତଙ୍କୀଙ୍କ ଯୁଦ୍ଧ ବିମାନ ସମେତ ପାୱାର ପ୍ଲାଣ୍ଟ ଏବଂ ୟେମେନର ରସ ଇସା ଏବଂ ହୋଡିଡାହ ସମୁଦ୍ର ବନ୍ଦର ଉପରେ ମଧ୍ୟ କରିଛି ଆକ୍ରମଣ। ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହୋଇଛନ୍ତି ଅନେକ ଆହତ । ସେପଟେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା ।

What's Your Reaction?

like

dislike

love

funny

angry

sad

wow