ରତ୍ନଭଣ୍ଡାର ମରାମତି ପୂର୍ବରୁ ହେବ ଖାଲି ଆଲମାରି ଓ ସିନ୍ଦୁକର ହେବ ସ୍ଥାନାନ୍ତରଣ
![ରତ୍ନଭଣ୍ଡାର ମରାମତି ପୂର୍ବରୁ ହେବ ଖାଲି ଆଲମାରି ଓ ସିନ୍ଦୁକର ହେବ ସ୍ଥାନାନ୍ତରଣ](https://kalingascroll.in/uploads/images/202407/image_870x_66891887e90b2.jpg)
ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ମନ୍ଦିରର ସ୍ଥାୟିତ୍ୱକୁ ଦିଆଯାଇଛି ଅଧିକ ଧ୍ୟାନ । ରତ୍ନ ଖାଲି କରାଯିବା ପରେ ଯେଉଁ ଖାଲି ସିନ୍ଦୁକ ଅଛି ତାହାକୁ କରାଯିବ ସ୍ଥାନାନ୍ତର । ଖାଲି ଆଲମିରା ଓ ସିନ୍ଦୁକ ରଖିବାକୁ ସ୍ଥାନ ନିର୍ଦ୍ଧାରଣ କରିବ ମନ୍ଦିର ପରିଚାଳନା କମିଟି । ନୂଆ ଏସଓପି ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ । ଏହାପରେ ରତ୍ନଭଣ୍ଡାର ଭିତରେ କଣ ଗୁପ୍ତ ରତ୍ନ ଅଛି ତାହାର ଯାଞ୍ଚ କରାଯିବ । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ହେବ ବ୍ୟବହାର । ଏଥିପାଇଁ ନିଆଯିବ ସରକାରଙ୍କ ଅନୁମୋଦନ। ରତ୍ନଭଣ୍ଡାର ମରାମତି ପରେ ହେବ ମଣତି ଗଣତି । ନୀତିକାନ୍ତି ଓ ଦର୍ଶନରେ ଯେପରି ବାଧା ନ ଉପୁଜିବ ତାହାକୁ ନଜରରେ ରଖାଯାଇଛି । ଏଥିପାଇଁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ କରାଯାଇଛି ଆଲୋଚନା। ମରାମତି ସମୟରେ ମନ୍ଦିର ଢାଞ୍ଚାକୁ ଯେପରି କୌଣସି କ୍ଷତି ନ ପହଞ୍ଚିବ ତାହାକୁ ଗୁରୁତ୍ୱ ଦେଇଛି କମିଟି । ୧୯୭୮ ମସିହା ରିପୋର୍ଟକୁ ମେଳ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବିଶ୍ୱନାଥ ରଥ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)