ରାଜନୈତିକ ସଂକଟକୁ ନେଇ ମୁହଁ ଖୋଲିଲେ ଶେଖ୍ ହସିନା

Nov 29, 2024 - 12:28
 0  1
ରାଜନୈତିକ ସଂକଟକୁ ନେଇ ମୁହଁ ଖୋଲିଲେ ଶେଖ୍ ହସିନା

ଦୀର୍ଘ ଦିନର ନିରବତା ପରେ ଦେଶର ରାଜନୈତିକ ସଂକଟକୁ ନେଇ ମୁହଁ ଖୋଲିଲେ ବାଂଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା । ଦେଶଦ୍ରୋହ ଅଭିଯୋଗରେ ସେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କରିଛନ୍ତି ଦାବି। ଏକ ବିବୃତି ଜାରି କରି ହସିନା କହିଛନ୍ତି ଯେ, ସନାତନ ଧର୍ମ ସମ୍ପ୍ରଦାୟର ଜଣେ ଶୀର୍ଷ ନେତାଙ୍କୁ ଅନ୍ୟାୟ ଭାବେ କରାଯାଇଛି ଗିରଫ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ଅତୀତରେ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ଦରଗା, ଚର୍ଚ୍ଚ, ମଠ ଓ ଘର ଉପରେ ଆକ୍ରମଣ, ଭଙ୍ଗାରୁଜା, ଲୁଟ୍ ଓ ନିଆଁ ଲଗାଇ ଦିଆଯାଇଛି । ଧାର୍ମିକ ସ୍ୱାଧୀନତା ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ । ଚିଟଗୋଙ୍ଗରେ ଜଣେ ଓକିଲଙ୍କୁ ହତ୍ୟା କରାଯାଇଛି, ଏହି ହତ୍ୟାକାଣ୍ଡକୁ ତୀବ୍ର ବିରୋଧ କରାଯାଉଛି।  ଏହି ଘଟଣା ମାନବିକ ଅଧିକାରର ଘୋର ଉଲ୍ଲଂଘନ କରିଛି । ଜଣେ ଓକିଲ ନିଜର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରିବାକୁ ଯାଇଥିଲେ ଏବଂ ଯେଉଁମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ସେମାନେ ଆତଙ୍କବାଦୀ । ସେମାନେ ଯିଏ ବି ହୁଅନ୍ତୁ, ସେମାନଙ୍କୁ ଦଣ୍ଡ ମିଳିବା ଦରକାର । ଅସାମ୍ବିଧାନିକ ଉପାୟରେ କ୍ଷମତା ଦଖଲ କରିଥିବା ୟୁନୁସ୍ ସରକାର ଯଦି ଏହି ଆତଙ୍କବାଦୀଙ୍କୁ ଦଣ୍ଡିତ କରିବାରେ ବିଫଳ ହୁଅନ୍ତି, ତେବେ ମାନବାଧିକାର ଉଲ୍ଲଂଘନ ପାଇଁ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ହସିନା ।

What's Your Reaction?

like

dislike

love

funny

angry

sad

wow