ସୁଜାତାଙ୍କୁ ତେରଚ୍ଛାବାଣ ମାରିଲେ ଶ୍ରୀମୟୀ
ବିଜେଡିରେ ମିଶିବେ ଭିକେ ପାଣ୍ଡିଆନ୍ଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ। ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ସୁଜାତା ବିଜେଡିରେ ମିଶିବା ନେଇ ବଢ଼ିଛି ସମ୍ଭାବନା । କାଲି ଏନେଇ ଶଙ୍ଖ ଭବନରେ ବଡ଼ ଘୋଷଣା କରିପାରନ୍ତି ନବୀନ । ଏସବୁ ଭିତରେ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ଚହଳ ସୃଷ୍ଟି ହୋଇଛି। ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡି ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା, ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି। ଆଜି କିଛି ଏଭଳି ସୋସିଆଲ୍ ମିଡିଆରେ ଲେଖିଛନ୍ତି ଶ୍ରୀମୟୀ ମିଶ୍ର। ନାଁ ନନେଇ ବି କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ନିଶାନା କରିଛନ୍ତି ଶ୍ରୀମୟୀ।
What's Your Reaction?