ରାଜ୍ଯରେ ଜାରି ରହିବ ନର୍ସିଂ ଆନ୍ଦୋଳନ

Sep 26, 2024 - 12:41
 0  2
ରାଜ୍ଯରେ ଜାରି ରହିବ ନର୍ସିଂ ଆନ୍ଦୋଳନ

ରାଜ୍ଯରେ ଜାରି ରହିବ ନର୍ସିଂ ଆନ୍ଦୋଳନ । ଆଜି ବି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ । କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କର୍ମଚାରୀ ସଂଘ । ଗତକାଲି ରାଜ୍ୟ ସରକାରଙ୍କ ସହ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଛି ଆଲୋଚନା । ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଆଯାଇଛି ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଏସମା ଚେତାବନୀ ସତ୍ତ୍ବେ ନିଜ ଜିଦରେ ଅଟଳ ରହିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାରଠୁ ବନ୍ଦ କରିଦେଇଛନ୍ତି ଅଣଜରୁରିକାଳୀନ ସେବା। ଏହି ଦୁଇଦିନରେ ଦାବି ନମାନିରେ କାଲିଠୁ ସମ୍ପୂର୍ଣ୍ଣ କାର୍ଯ୍ଯ ବନ୍ଦ କରିଦେବାକୁ ଦେଇଛନ୍ତି ଚେତାବନୀ ।

What's Your Reaction?

like

dislike

love

funny

angry

sad

wow