ରାଶିଫଳ

Nov 20, 2024 - 11:32
 0  1
ରାଶିଫଳ
ମେଷ
 ପରିବାରରେ ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିପାରେ। ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶାନୁସାରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିବ।
ବୃଷ
ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମିଥୁନ
କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିଜନିତ ମାନସିକ ସୁସ୍ଥତା ରହିବ ନାହିଁ। ଅତ୍ୟାବଶ୍ୟକ କାମଗୁଡ଼ିକ ଅଟକିରହିଥିବା କାରଣରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି। ନୂତନ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି। 
କର୍କଟ
 ପାରିବାରିକ କ୍ଷେତ୍ରରେ ଅସୁବିଧା ଭୋଗିବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର୍ଯ୍ୟ ମଧ୍ୟ ହୋଇପାରନ୍ତି। ଗୃହମରାମତି, ଯାନବାହନ କ୍ରୟ, ତଥା ଯାନ୍ତ୍ରିକ ତ୍ରୁଟିକୁ ସୁଧାରିବା ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି।
ସି˚ହ
 ପରିବାରରେ ସାଧାରଣ କଥା ଜଟିଳ ହୋଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ। କୌଣସି ସାଂଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।
କନ୍ୟା
 ମିତ୍ରମାନେ ଶତ୍ରୁତା ଆଚରଣ କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଗୃହ, ଜମିଜମା, ମାଲିମକଦ୍ଦମା ସମ୍ପର୍କୀୟ ଆଲୋଚନା ମଧ୍ୟ ବିଗିଡ଼ି ଯିବାର ଆଶଙ୍କା ରହିଛି।
ତୁଳା
ବନ୍ଧୁଙ୍କ ସହାୟତାରେ ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ବିଭିନ୍ନ ଉପାୟ ଚିନ୍ତା କରିପାରନ୍ତି। ଚିତ୍ରା ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା କ୍ଷେତ୍ରରୁ ସୁଫଳ ମିଳିପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର ଓ କଚେରି ମାମଲା କ୍ଷେତ୍ରରେ ଶୁଭ ଫଳ ପାଇବେ।
ବିଛା
ପରିବାରରେ ଆପଣ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ, ଯାହାକି ପରକ୍ଷଣରେ ଦରକାରରେ ଆସିବ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି। 
ଧନୁ
ଉତ୍ତମ ବୁଝାମଣା ହେତୁ ସୁନ୍ଦର ପାରିବାରିକ ଜୀବନ ସୌଭାଗ୍ୟର ପ୍ରତୀକ ରୂପେ ଅନୁଭବ କରିବେ।  ବ୍ୟବସାୟରେ ସମସ୍ୟା ସମାଧାନ ପାଇଁ ଅସୁବିଧା ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ମକର
 ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଆଶା ନିଶ୍ଚିତ ପୂରଣ ହେବ। ସେବା ଓ ସାହାଯ୍ୟ, ସହଯୋଗ ମାଧ୍ୟମରେ ନିଜପାଇଁ ନୂତନ ସୁଯୋଗର ରାସ୍ତା ଉନ୍ମୋଚନ କରିବେ। ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
କୁମ୍ଭ
ଗତକାଲିଠାରୁ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ଚିନ୍ତା କରିବେ। ସହକର୍ମୀ କିମ୍ବା ନିଜର ଉପରିସ୍ଥ ଅଫିସରଙ୍କ କ୍ରୋଧ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ।
ମୀନ
 ପାରିବାରିକ କ୍ଷେତ୍ରରେ କୌଣସି ନୂତନ ଯୋଜନାର ଅଗ୍ରଗତି ମନକୁ ଉଚ୍ଚାଟ କରିବ। ଉତ୍ତରଭାଦ୍ରପଦର ସମସ୍ୟା ବଢ଼ିବା କାରଣରୁ ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ବହୁତ ଖଟଣି ଭ୍ରମଣ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।

What's Your Reaction?

like

dislike

love

funny

angry

sad

wow