ରିମାଣ୍ଡରେ ଗଲେ ମହାଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି

ରିମାଣ୍ଡରେ ଗଲେ ମହାଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି ।ଦୁହିଁଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ ।ଦୁଇ ଜଣଙ୍କୁ ତାଙ୍କ ଘର ଏବଂ କାର୍ଯ୍ୟାଳୟକୁ ନେଇ ଖୋଳତାଡ କରିବ ପୋଲିସ । ତେବେ ରିମାଣ୍ଡରେ ଯିବା ସମୟରେ ବିସ୍ଫୋରକ ବୟାନ ରଖିଛନ୍ତି ହଂସିତା । ସେ କହିଛନ୍ତି ଯେ, ମୋତେ ଫସାଇ ଦିଆଯାଇଛି । ପୋଲିସ ଆଗରେ ସବୁ ସତ କହିବି । ତଦନ୍ତରେ ସହଯୋଗ କରି ସବୁ ଗୁମର ଖୋଲିବି । ସେହିଭଳି ଅନୀଲ କହିଛନ୍ତି ଯେ, ସତ ଖୋଜନ୍ତୁ, ଆମକୁ ଫସା ଯାଇଛି । ସତ ଖୋଜିଲେ ସବୁ ଜାଣି ପାରିବେ ।ସେପଟେ ଖଣ୍ଡଗିରି ନିକଟରୁ ସରୋଜ ସାହୁଙ୍କୁ ଉଠାଇ ନେଲା ଆୟକର ବିଭାଗ ଓ ସ୍ପେଶାଲ କ୍ରାଇମ ୟୁନିଟ୍ । ସରୋଜ ସାହୁ ହେଉଛନ୍ତି ହଂସିତାଙ୍କ ପ୍ରଥମ ସ୍ବାମୀ । ଯେତେବେଳେ ହଂସିତା ରାକ୍ଷୀ ନାମରେ ଓରଫ କଳାହାଣ୍ଡିର ନର୍ଲା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ କିଛି ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ । ଲୋକଙ୍କ ଟଙ୍କା ସୁଝି ନପାରି ରାକ୍ଷୀ ବ୍ରହ୍ମପୁରରେ ପହଁଚି ନିଜର ନାଁ ବଦଳାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବିବାହ । ଏହାପରେ କନ୍ଧମାଳରେ ମଧ୍ୟ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ ବିବାହ କରି ଚୂନ ଲଗାଇ ଫେରାର ହୋଇଯାଇଥିଲା ହଂସିତା । ସେଠାରୁ ଭୁବନେଶ୍ବର ପହଁଚିବା ପରେ ତାଙ୍କର ଦେଖା ହୋଇଥିଲା ଅନୀଲଙ୍କ ସହିତ । ଅନୀଲ ଥିଲେ ହଂସିତାଙ୍କ ରକ୍ଷା କବଚ ।ଏଥିସହିତ ନିଜର ଏକ ନୂଆ ନାଁ ରଖି ସେ ହଂସିତାରୁ ପାଲଟିଥିଲେ ଅଙ୍କିତା ଅଭିଲିପ୍ସା । ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ । କିଛି ଖଣି ବ୍ୟବସାୟୀ ରାଜନୈତିକ ନେତା ଓ ବିଲଡରଙ୍କୁ ଟ୍ରାପ କରି କୋଟି କୋଟି ଟଙ୍କା କରୁଥିଲେ ରୋଜଗାର । ଯେଉଁଥିରେ ସହାୟକର ହାତ ବଢାଇଥିଲେ ତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁ ।
What's Your Reaction?






