ଲଗାଣ ବର୍ଷାରେ ଚାଷୀଙ୍କ ଚିନ୍ତା, ପାଣିରେ ବୁଡ଼ିଲା ଶହ ଶହ ଏକର ଚାଷ
ଲଗାଣ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି । ନଷ୍ଟ ହେବାକୁ ବସିଲାଣି ପରିବା ଚାଷ । ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ଆଉ ପାଣି ଘେରରେ ପଡ଼ିଛି ଚାଷୀଙ୍କ ମାସ ମାସର ପରିଶ୍ରମ ।
ଲଗାଣ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି । ନଷ୍ଟ ହେବାକୁ ବସିଲାଣି ପରିବା ଚାଷ । ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ଆଉ ପାଣି ଘେରରେ ପଡ଼ିଛି ଚାଷୀଙ୍କ ମାସ ମାସର ପରିଶ୍ରମ । ଗଞ୍ଜାମ ଧରାକୋଟ ବ୍ଲକ୍ର ନନ୍ଦିଗୋର ଗାଁରେ ଲଗାଣ ବର୍ଷାରେ ଶହ ଶହ ଏକର ଚାଷଜମି ଏବେ ପାଣିରେ ବୁଡ଼ି ରହିଛି । ବିଶେଷ କରି କଲରା, ଜହ୍ନି ଭଳି ବିଭିନ୍ନ ପନିପରିବା ଫସଲ ପାଣି ଘେରରେ ରହିଛି । ଲଗାତାର ପାଣି ଜମି ରହିଲେ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ିଛି ।
ବର୍ଷା ଥମିବାର ନାଁ ନେଉନି, ସେପଟେ ଜମିରୁ ପାଣି ମଧ୍ୟ ଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ । ଫଳରେ ଫସଲକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ପରିବା ଫସଲ ନଷ୍ଟ ହେଲେ ଚାଷୀଙ୍କ ଆର୍ଥିକ କ୍ଷତି ସହ ପରିବା ଉତ୍ପାଦନ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ।
What's Your Reaction?