ସ୍କୁଲ୍, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ୪ ଦିନ ବଢ଼ିଲା
ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଆସନ୍ତା ୪ ଦିନ ପାଇଁ ବିଦ୍ୟାଳୟ ଛୁଟି ନେଇ କରାଯାଇଛି ଘୋଷଣା। ୨୨,୨୩, ୨୪ ଓ ୨୫ ତାରିଖରେ ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ବିଦ୍ୟାଶୟ ଛୁଟି ନେଇ ହୋଇଛି ନିର୍ଦ୍ଦେଶ। ହେଲେ ଜାରି ରହିବ ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା। ଅନ୍ୟ ବୋର୍ଡ ପରୀକ୍ଷା ଓ ଜନଗଣନା ମଧ୍ୟ ଚାଲିବ। ସେହିପରି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଦ୍ୟାଳୟ ଛୁଟି ନେଇ ହୋଇଛି ଘୋଷଣା।ଅନ୍ୟପଟେ ଆଉ ୪ ଦିନ ବଢ଼ିଲା ବଲାଙ୍ଗୀର ଜିଲାରେ ବିଦ୍ୟାଳୟ, କଲେଜ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲା ଜିଲା ପ୍ରଶାସନ।
What's Your Reaction?