ହମାସ କବଳରୁ ୪ ବନ୍ଧକଙ୍କୁ ଉଦ୍ଧାର କଲା ଇସ୍ରାଏଲୀ ସେନା

ହମାସ କବଳରୁ ୪ ବନ୍ଧକଙ୍କୁ ଉଦ୍ଧାର କଲା ଇସ୍ରାଏଲୀ ସେନା

ଗାଜାରେ ହମାସ କବଜାରେ ଥିବା ୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି ଇସ୍ରାଏଲୀ ସେନା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ), ଇସ୍ରାଏଲ ସିକ୍ୟୁରିଟି ଅଥୋରିଟି ଏବଂ ପୋଲିସର ମିଳିତ ଅଭିଯାନରେ ମଧ୍ୟଗାଜାସ୍ଥିତ ନୁସିରାତ ଅଞ୍ଚଳର ୨ଟି ପୃଥକ୍‌ ସ୍ଥାନରୁ ଏହି ୪ ବନ୍ଧକଙ୍କୁ ଦୀର୍ଘ ୮ ମାସ ପରେ ଉଦ୍ଧାର କରାଯାଇଥିବା ଇସ୍ରାଏଲ ପକ୍ଷରୁ ମିଳିଛି ସୂଚନା । ଉଦ୍ଧାର ହୋଇଥିବା ୪ ବନ୍ଧକ ହେଲେ ନୋଆ ଅରଗ୍‌ମାନି(୨୫), ଅଲମୋଗ ମୀର୍‌ ଜାନ୍‌ (୨୧), ଏଣ୍ଡ୍ରି କୋଜ୍‌ଲବ୍‌(୨୭) ଏବଂ ଶ୍ଲୋମି ଜିବ୍‌ (୪୦)। ଗତବର୍ଷ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଅଚାନକ ଆକ୍ରମଣ କରି ନୋଭା ସଂଗୀତ ମହୋତ୍ସବରୁ ଏହି ୪ ଜଣଙ୍କୁ ଅପହରଣ କରି ଗାଜା ନେଇଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଇସ୍ରାଏଲ୍‌ର ଅଭିଯାନ ବେଳେ ୨୧୦ ଜଣ ପାଲେଷ୍ଟିନୀୟ ନିହତ ହୋଇଥିବା କହିଛି ହମାସ୍‌ ।ତେବେ ଅନ୍ୟ ବନ୍ଧକଙ୍କୁ ଖୁବ୍‌ଶୀଘ୍ର ଉଦ୍ଧାର କରାଯିବା ନେଇ କହିଛି ଆଇଡିଏଫ୍‌।