୧୧ କେଭି ତାର ଲାଗି ଯୁବକ ଗୁରୁତର! ଘର ଛପର ଉପରେ ଘଟିଲା ଅଘଟଣ

Sep 9, 2026 - 12:23
 0  1
୧୧ କେଭି ତାର ଲାଗି ଯୁବକ ଗୁରୁତର! ଘର ଛପର ଉପରେ ଘଟିଲା ଅଘଟଣ

୧୧ କେଭି ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର। ଘରର ଟିଣ ଛପର ଉପରେ ଚଢ଼ିଥିବା ବେଳେ ଘଟିଲା ଅଘଟଣ । ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ ପଡ଼ିଯିବାରୁ ତାର ଲାଗି ଗୁରୁତର ହୋଇଛନ୍ତି ଜଣେ ଯୁବକ । 

 ୧୧ କେଭି ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର। ଘରର ଟିଣ ଛପର ଉପରେ ଚଢ଼ିଥିବା ବେଳେ ଘଟିଲା ଅଘଟଣ । ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ ପଡ଼ିଯିବାରୁ ତାର ଲାଗି ଗୁରୁତର ହୋଇଛନ୍ତି ଜଣେ ଯୁବକ । ସୂଚନା ଅନୁସାରେ, ପଥରା ଗାଁର ପ୍ରଶାନ୍ତ ଜାଲି ଘରର ଟିଣ ଛପର ଉପରେ ଚଢ଼ିଥିବା ସମୟରେ ହଠାତ୍‌ ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିଲା । ଖୁଣ୍ଟ ପଡ଼ିବା ସହ ତାହାରେ ଥିବା ୧୧ କେଭି ବିଦ୍ୟୁତ ତାର ମଧ୍ୟ ତଳକୁ ଖସିପଡ଼ିଥିଲା । ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ପ୍ରଶାନ୍ତ । 

ସ୍ଥାନୀୟଙ୍କ କହିବା ଅନୁସାରେ, ପଥରା ଗାଁରେ ଦୀର୍ଘଦିନ ଧରି ଏହି ବିଦ୍ୟୁତ ଖୁଣ୍ଟଟି ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ଖୁଣ୍ଟଟି ଦୁର୍ବଳ ହୋଇଥିବା ନେଇ ଆଗରୁ ମଧ୍ୟ ଆଶଙ୍କା ରହିଥିଲା । ତେବେ ଆଜି ହଠାତ୍‌ ଖୁଣ୍ଟଟି ପଡ଼ିଯିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପ୍ରଶାନ୍ତ ଜାଲିଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଚାଲିଛି । 

What's Your Reaction?

like

dislike

love

funny

angry

sad

wow