୨୧ କୋଟି ଟଙ୍କାରେ ନିର୍ମାଣ, ଧୁମ୍‌ଧାମରେ ଉଦଘାଟନ; ହେଲେ ଏବେ କୁଆଡ଼େ ଗଲା ସମ୍ବଲପୁର ଟ୍ରମା କେୟାର ସେଣ୍ଟର?

Nov 2, 2026 - 14:16
୨୧ କୋଟି ଟଙ୍କାରେ ନିର୍ମାଣ, ଧୁମ୍‌ଧାମରେ ଉଦଘାଟନ; ହେଲେ ଏବେ କୁଆଡ଼େ ଗଲା ସମ୍ବଲପୁର ଟ୍ରମା କେୟାର ସେଣ୍ଟର?

ସମ୍ବଲପୁରରେ ହଜିଗଲା କି ଟ୍ରମା କେୟାର ସେଣ୍ଟର? ଉଦଘାଟନ ହେଲା, ଫଳକ ଲାଗିଲା, ହେଲେ ଏବେ ଖୋଜିଲେ ମିଳୁନି ହସ୍ପିଟାଲ ! ଏଭଳି ଏକ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ସମ୍ବଲପୁର । 

 ସମ୍ବଲପୁରରେ ହଜିଗଲା କି ଟ୍ରମା କେୟାର ସେଣ୍ଟର? ଉଦଘାଟନ ହେଲା, ଫଳକ ଲାଗିଲା, ହେଲେ ଏବେ ଖୋଜିଲେ ମିଳୁନି ହସ୍ପିଟାଲ ! ଏଭଳି ଏକ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚାରେ ସମ୍ବଲପୁର । ଟ୍ରମା କେୟାର ସେଣ୍ଟର ନିରୁଦ୍ଦିଷ୍ଟ ଥିବା ଅଭିଯୋଗ କରି ଟାଉନ ଥାନାର ଦ୍ୱାରସ୍ଥ ହୋଇଛି ସମ୍ବଲପୁର ପ୍ରଗତିଶୀଳ ନାଗରିକ ମଞ୍ଚ ।

ସୂଚନା ଅନୁସାରେ, ୧୧ ଜାନୁଆରୀ ୨୦୨୬ରେ ପ୍ରାୟ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ ଓପିଡି ବିଲ୍ଡିଂର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିନ୍ତୁ ନାଗରିକ ମଞ୍ଚର ଅଭିଯୋଗ ହେଉଛି, ଓପିଡି ବିଲ୍ଡିଂ ଦେଖିବାକୁ ମିଳୁଥିବା ବେଳେ ଟ୍ରମା କେୟାର ସେଣ୍ଟରର କୌଣସି ଚିହ୍ନବର୍ଣ୍ଣ ନାହିଁ । ସବୁଠାରୁ ବଡ଼ କଥା ହେଉଛି, ଏତେ ଟଙ୍କା ବ୍ୟୟରେ ନିର୍ମିତ ଟ୍ରମା କେୟାର ସେଣ୍ଟର କେଉଁଠି ଅଛି, ତାହାର ସ୍ପଷ୍ଟ ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି । ତେଣୁ ଏହାକୁ ନେଇ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠାଇଛି ନାଗରିକ ମଞ୍ଚ ।

What's Your Reaction?

like

dislike

love

funny

angry

sad

wow