୬ ଲେନ୍ ହେବ ପଳାଶୁଣୀ ରାସ୍ତା
ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ ଭିଡ଼ ଯନ୍ତ୍ରଣା କମାଇବାକୁ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଏହି ରାସ୍ତାରେ ଦୀର୍ଘଦିନ ଧରି ସୃଷ୍ଟି ହେଉଥିଲା ଭୟାବହ ଟ୍ରାଫିକ୍ ଜାମ୍ ପରିସ୍ଥିତି। ବିଶେଷକରି କଟକ–ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଥିଲା ବଡ଼ ସମସ୍ୟା । ଭିଡ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ସେତୁ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ। ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବା ପାଇଁ ରହିଛି ପ୍ରସ୍ତାବ ।ଏହି ପ୍ରକଳ୍ପ ପାଇଁ ପ୍ରାୟ ବ୍ୟୟ ଅଟକଳ କରାଯାଉଛି ୨୫ କୋଟି ଟଙ୍କା । ଦେଢ ବର୍ଷ ମଧ୍ୟରେ କାମ ସାରିବାକୁ ରଖାଯାଇଛି ଲକ୍ଷ୍ୟ ।
What's Your Reaction?