୭୮ ତମ ସ୍ୱାଧୀନତା ଦିବସ ପାଇଁ ଆଜି କରାଯାଇଛି ଫୁଲ୍ ଡ୍ରେସ ରିହରସଲ

Aug 13, 2024 - 15:12
 0  6
୭୮ ତମ ସ୍ୱାଧୀନତା ଦିବସ ପାଇଁ  ଆଜି କରାଯାଇଛି ଫୁଲ୍ ଡ୍ରେସ ରିହରସଲ

ଆଉ ଗୋଟିଏ ଦିନ ପରେ ସାରା ଦେଶରେ ପାଳନ କରାଯିବ ୭୮ ତମ ସ୍ୱାଧୀନତା ଦିବସ । ଏଥର ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଯେଉଁଥି ପାଇଁ ଆଜି କରାଯାଇଛି ଫୁଲ୍ ଡ୍ରେସ ରିହରସଲ । ଏଥର ୫୯ ଜଣ କଣ୍ଟଜେଣ୍ଟ ,ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସଏଫ୍, ଟ୍ରାଫିକ୍, ବିଏଏସଏଫ୍, ଅଗ୍ନିଶମ ବାହିନୀ, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ଯୋଗ ଦେବା ନେଇ ରହିଛି ସୂଚନା । ପରେଡକୁ କମାଣ୍ତ କରିବେ IPS ଅମ୍ରିତ ପାଲ୍ କର । ସେହିପରି ଏଥର ଇଣ୍ତୋ ତିବତୀୟାନ ବର୍ଡର ପୋଲିସ ଏବଂ ଛତିଶଗଡ଼ ଷ୍ଟେଟ୍ ଆର୍ମ ପୋଲିସ ଯୋଗ ଦେବେ । ଯାହାଦ୍ୱାରା ଉଭୟ ରାଜ୍ୟ ସହ ଓଡ଼ିଶା ସମ୍ପର୍କ ହେବ ମଜବୁତ । ଅଗଷ୍ଟ ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଦେବେ ଉଦବୋଧନ ।

What's Your Reaction?

like

dislike

love

funny

angry

sad

wow