ୱାୟନାଡ଼ ଜଙ୍ଗଲରୁ ୬ ଶିଶୁଙ୍କୁ ଉଦ୍ଧାର କରିଛି ବନ ବିଭାଗ
କେରଳର ୱାୟନାଡ଼ ଭୂସ୍ଖଳନରେ ୩ ଶହରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଥିବାବେଳେ ଅନେକ ସଂଖ୍ୟାରେ ଲୋକ ମଧ୍ୟ ରହିଛନ୍ତି ନିଖୋଜ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏକ ଖୁସି ଖବର। କେରଳର ବନ ବିଭାଗ ଅଧିକାରୀ ୮ ଘଣ୍ଟା ଅପରେସନ୍ କରି ଜଙ୍ଗଲର ଏକ ଆଦିବାସୀ ବସ୍ତିରୁ ୬ ଶିଶୁଙ୍କୁ କରିଛନ୍ତି ଉଦ୍ଧାର। ବନ ବିଭାଗର ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କଲପେଟ୍ଟା ରେଞ୍ଜର ବନ ଅଧିକାରୀ କେ ହସିନଙ୍କ ନେତୃତ଼୍ବରେ ୪ ଜଣିଆ ଟିମ୍ ଗୁରୁବାର ଏକ ଆଦିବାସୀ ପରିବାରକୁ ବଞ୍ଚାଇବା ପାଇଁ ଜଙ୍ଗଲ ମଝିରେ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଶିଶୁମାନେ ଏକ ଆଦିବାସୀ ସମୁଦାୟର ହୋଇଥିବା ବେଳେ ସେମାନଙ୍କ ବୟସ ୧ ବର୍ଷରୁ ୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।
What's Your Reaction?