SDC ପରିଚାଳନାରେ ଅବ୍ୟବସ୍ଥା, ଗାଡ଼ି-ଷ୍ଟାଫ୍-ପାଣ୍ଠି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବି
ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ପରିଚାଳନାରେ ଅବ୍ୟବସ୍ଥା ନେଇ ଅଧ୍ୟକ୍ଷମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଡ଼ି, କର୍ମଚାରୀ, ଆବାସ, ପାଣ୍ଠି ସହ ଆବଶ୍ୟକ ପ୍ରଶାସନିକ ଓ ଆର୍ଥିକ କ୍ଷମତା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି।
ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍ଡିସିର ପରିଚାଳନାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଘୋଷଣା ପରେ ମଧ୍ୟ ପରିଷଦଗୁଡ଼ିକୁ ଆବଶ୍ୟକ ସୁବିଧା ଓ ସମ୍ବଳ ମିଳୁନଥିବା ଅଭିଯୋଗ ହୋଇଛି ।
ଏହି ସମସ୍ୟାର ସମାଧାନ ଦାବି କରି ଏସ୍ଡିସିର ଅଧ୍ୟକ୍ଷମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରିଷଦଗୁଡ଼ିକର ସୁରୁଖୁରୁ ପରିଚାଳନା ପାଇଁ ଆବଶ୍ୟକ ପ୍ରଶାସନିକ ଓ ଆର୍ଥିକ କ୍ଷମତା ପ୍ରଦାନ ସହ ଗାଡ଼ି, କର୍ମଚାରୀ, ଆବାସ ଓ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେବାକୁ ଦାବି କରାଯାଇଛି । ଏନେଇ ଅଧ୍ୟକ୍ଷମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୧୧ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି। ପରିଷଦଗୁଡ଼ିକୁ ଅଧିକ ସଶକ୍ତ କରିବା ସହ ଆଦିବାସୀ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।
ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ପରେ ଯଦି ପରିଷଦଗୁଡ଼ିକୁ ଆବଶ୍ୟକ ମାନବ ସମ୍ବଳ, ଆର୍ଥିକ ସହାୟତା ଓ ଭିତ୍ତିଭୂମି ନମିଳେ, ତେବେ ଏହାର ଉଦ୍ଦେଶ୍ୟ କିପରି ପୂରଣ ହେବ-ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏବେ ଅଧ୍ୟକ୍ଷମାନଙ୍କ ୧୧ ଦଫା ଦାବି ଉପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।
What's Your Reaction?