ଅଲୋଡ଼ା ନବଜାତ ଶିଶୁ : ଜନ୍ମ କରି ରାସ୍ତା କଡରେ ଫିଙ୍ଗି ଦେଉଛନ୍ତି
![ଅଲୋଡ଼ା ନବଜାତ ଶିଶୁ : ଜନ୍ମ କରି ରାସ୍ତା କଡରେ ଫିଙ୍ଗି ଦେଉଛନ୍ତି](https://kalingascroll.in/uploads/images/202407/image_870x_66a742a21497e.jpg)
ପୁଣି ଅଲୋଡ଼ା ହେଲେ ନବଜାତ ଶିଶୁ । ଜନ୍ମ କରି ରାସ୍ତା କଡରେ ଫିଙ୍ଗି ଦେଉଛନ୍ତି ମା । ଆଜି ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି ଏଭଳି ଅମାନବୀୟ ଘଟଣା । ଶ୍ରୀ ଲୋକନାଥଙ୍କଠାରେ ପାଣି ଢାଳି ଫେରୁଥିବା ବେଳେ ଏକ କାଉଁଡ଼ିଆ ଦଳ ଜଣେ ନବଜାତ ଶିଶୁଙ୍କୁ କରିଛନ୍ତି ଉଦ୍ଧାର। ପୁରୀର ରେଳଫାଟକ ପାଖରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଏହି ଶିଶୁଙ୍କୁ ଦେଖିବା ପରେ ଏହି ଦଳ ଶିଶୁ ଟିକୁ ତୁରନ୍ତ ପହଞ୍ଚାଇଥିଲେ ହାସପାତାଳରେ। ପୁଲିସକୁ ଏ ସମ୍ପର୍କରେ ଜଣାଇ ଶିଶୁକୁ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।
ସେହିଭଳି ପାରାଦ୍ଵୀପ ଷଣ୍ଢକୁଦ ଅଞ୍ଚଳରେ ଏକ ନବଜାତ ଶିଶୁକୁ କେହି ଜଣେ ଅତି ନିର୍ଦ୍ଦୟ ଭାବରେ ବୁଦା ମୁଳେ ଫୋପାଡ଼ି ଚାଲି ଯାଇଛି । ସୂଚନା ମୁତାବକ, ଗତକାଲି ଷଣ୍ଢକୁଦ ବସ୍ତିର ଉତ୍କଳେନ୍ଦୁ ବେହେରା ନାମକ ଜଣେ ବ୍ୟକ୍ତି ରାତି ପ୍ରାୟ ସାଢ଼େ ଆଠଟା ସମୟରେ ଘରକୁ ଫେରୁଥିବା ବେଳେ ତାଙ୍କ ଶିଶୁଟିର କାନ୍ଦିବା ଶବ୍ଦ ଶୁଣା ଯାଇଥିଲା । ପାଖକୁ ଯାଇ ଦେଖିବାରୁ ବୁଦା ମୂଳେ ଏକ ଶିଶୁ ପୁତ୍ର ପଡ଼ିଛି । ସଙ୍ଗେ ସଙ୍ଗେ ଶିଶୁ ପୂତ୍ର ଦେଖି ଉତ୍କଳେନ୍ଦୁ ଘରକୁ ଆଣିଥିଲେ । ଆଶା ଦିଦି ଶିଶୁଟିକୁ ଅଠରବାଙ୍କି ହସ୍ପିଟାଲରେ ପିଲାଟିକୁ ଭର୍ତ୍ତି କରିବା ପରେ ଚିକିତ୍ସା କରାଯାଇଥିଲା । ଶିଶୁଟି ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି । ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗକୁ ହସ୍ତାନ୍ତର କରିଛନ୍ତି ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)