ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି

Jul 29, 2024 - 13:36
 0  2
ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି

ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଲା ଅନୁମତି । ଏନେଇ ସୋମବାର ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ପକ୍ଷରୁ ମିଳିଛି  ସୂଚନା। ସେଣ୍ଟ୍ରାଲ ଜୁ ଅଥୋରିଟିରୁ ଅନୁମତି ମିଳିଥିବା ସେ କହିଛନ୍ତି । ବାରିପଦା ନିକଟସ୍ଥ ମଞ୍ଚାବେଡାରେ ୧୦୦ ଏକର ଜାଗାରେ ହେବ ବାଘ ସଫାରୀ । ନନ୍ଦନକାନନରେ ଥିବା କଳା ଜିନ୍‌ ବାଘକୁ ସେଠାରେ ଛଡାଯିବ । ଚଳିତବର୍ଷ ଶେଷ ସୁଦ୍ଧା ଏହି ସଫାରୀ ପର୍ଯ୍ୟଟଙ୍କ ପାଇଁ ଖୋଲାଯିବ। ଦେଶର ପ୍ରଥମ କଳାବାଘ ସଫାରୀ ପାଇଁ ସିଜେଡିଏ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏଥିପାଇଁ ସଫାରୀ ଡିଜାଇନକୁ ଅନୁମୋଦନ ମିଳିଛି । ସପ୍ତାହେ ମଧ୍ୟରେ ଚୂଡାନ୍ତ ଅନୁମୋଦନ ମିଳିବ ।

What's Your Reaction?

like

dislike

love

funny

angry

sad

wow