ଇଲିଶି ମାଛର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି ବାଂଲାଦେଶ
ଏଥର ଦୁର୍ଗା ପୂଜାରେ ବାସିବ ନାହିଁ ଇଲିସି ବେସର। ଦୁର୍ଗା ପୂଜାକୁ ଆଉ ମାସଟିଏ ଥିବାବେଳେ ଇଲିଶି ମାଛର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି ବାଂଲାଦେଶ। ତେବେ ପୂଜା ପୂର୍ବରୁ ବଙ୍ଗାଳୀମାନଙ୍କ ହାଣ୍ଡିଶାଳରେ ବାସେ ଇଲିଶି ମାଛ । କିନ୍ତୁ ଚଳିତ ବର୍ଷ ବଙ୍ଗାଳୀମାନଙ୍କୁ ମିଳିବ ନାହିଁ ବାଂଲାଦେଶୀ ଇଲିସି। କାରଣ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପତନ ପରେ କାର୍ଯ୍ୟନିର୍ବାହୀ ସରକାର ଇଲିଶି ମାଛର ରପ୍ତାନୀ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ତେବେ ବର୍ତ୍ତମାନ ବଜାରରେ ଅଭାବି ବିକ୍ରି ସହିତ ଦର ମଧ୍ୟ ରହିଛି ଅଧିକ। ତେବେ ଏହି ପ୍ରତିବନ୍ଧକକୁ ହଟାଇ ଭାରତରେ ଇଲିସି ପହଞ୍ଚାଇବା ପାଇଁ ବାହାର କରାଯାଇଛି ଉପାୟ । କିନ୍ତୁ ଦର ଅଧିକ ରହିବା ନେଇ ହେଉଛି ଚର୍ଚ୍ଚା। ଭାରତକୁ ଇଲିଶି ରପ୍ତାନୀ ସମ୍ପର୍କରେ ବାଂଲାଦେଶର ମତ୍ସ ଓ ପଶୁପାଳନ ମନ୍ତ୍ରଣାଳୟର ପରାମର୍ଶଦାତା ଫରିଦ ଅଫତର କହିଛନ୍ତି, ସ୍ଥାନୀୟ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ଯୋଗାଣ ପାଇଁ ଆମେ ଇଲିଶି ମାଛ ଉପରେ ଲଗାଇଛୁ ପ୍ରତିବନ୍ଧକ। ଆମ ଲୋକେ ଇଲିଶି କିଣି ପାରୁନାହାନ୍ତି, ତେଣୁ ଆମେ କରିପାରିବୁ ନାହିଁ ରପ୍ତାନୀ। ବିଶ୍ବର ପ୍ରାୟ 70 ପ୍ରତିଶତ ଇଲିଶି କେବଳ ଉତ୍ପାଦନ ହୋଇଥାଏ ବାଂଲାଦେଶରେ।
What's Your Reaction?