ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କ ଘଟିଛି ମୃତ୍ୟୁ

Aug 28, 2024 - 11:28
 0  1
ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କ ଘଟିଛି ମୃତ୍ୟୁ

ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କ ଘଟିଛି ମୃତ୍ୟୁ । ପ୍ରଶାସନ ପକ୍ଷରୁ ଦିଆଯାଇଛି ଏହି ସୂଚନା । ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବ୍ୟାପକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତର। ୩୦୦ରୁ ଅଧିକ ଲୋକଙ୍କୁ କରାଯାଇଛି ଉଦ୍ଧାର। ପ୍ରବଳ ବର୍ଷା ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ତଳିଆ ଅଂଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯେ ବୁଧବାର ଏବଂ ଗୁରୁବାର ସୌରାଷ୍ଟ୍ର-କଚ୍ଛ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଗୁରୁବାର ପର୍ଯ୍ୟନ୍ତ ସାରା ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା । ରାଜ୍ୟ ସରକାର କହିଛନ୍ତି ଯେ ୯୬ଟି ଜଳଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତ କରିଛି ଅତିକ୍ରମ ।  ସେମାନଙ୍କ ପାଇଁ ଜାରି କରାଯାଇଛି ହାଇ ଆଲର୍ଟ । ଯେଉଁ ୧୯ଟି ଜଳଭଣ୍ଡାରରେ ପାଣି ବିପଦ ସଙ୍କେତ ନିକଟରେ ରହିଛି, ସେମାନଙ୍କ ପାଇଁ ସତର୍କ ସୂଚନା କରାଯାଇଛି ଜାରି। ପଶ୍ଚିମ ରେଳପଥର ଭଦୋଦରା ଡିଭିଜନରେ ପ୍ରବଳ ବର୍ଷା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଥିବାରୁ ଅନେକ  ରେଳ ହୋଇଛି ବାତିଲ ।

What's Your Reaction?

like

dislike

love

funny

angry

sad

wow