ନନ୍ଦନକାନନରେ ନୂଆ ଅତିଥି

Aug 28, 2024 - 11:42
 0  2
ନନ୍ଦନକାନନରେ ନୂଆ ଅତିଥି

ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ କୋଲକାତାସ୍ଥିତ ଆଲିପୁର ଚିଡ଼ିଆଖାନା ମଧ୍ୟରେ ଆରମ୍ଭ ହୋଇଛି ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ମଙ୍ଗଳବାର ଆଲିପୁର ଚିଡ଼ିଆଖାନାକୁ ପଠାଇଛନ୍ତି ୪ ପ୍ରଜାତିର ୯ ଜନ୍ତୁ । ଏହାର ପ୍ରତିବଦଳରେ ସେଠାରୁ ଆସିଛନ୍ତି ୪ ପ୍ରଜାତିର ୧୮ ଜନ୍ତୁ । ଆଜି ନନ୍ଦନକାନନରୁ ଏକ ଟିମ୍‌ ଜିରାଫ୍‌ ଆଣିବାକୁ ଆଲିପୁର ଚିଡ଼ିଆଖାନାକୁ ଯିବ ବୋଲି ଜଣାପଡ଼ିଛି। ନନ୍ଦନକାନନରୁ ଆଲିପୁର ଚିଡ଼ିଆଖାନାକୁ ଯାଇଥିବା ଜନ୍ତୁଙ୍କ ମଧ୍ୟରେ ହଳେ ଏସୀୟ ସିଂହ, ଗୋଟିଏ ବାଘୁଣୀ, ଦୁଇଟି ମାଈ କଳାଭାଲୁ, ଦୁଇହଳ ଗୁରାଣ୍ଡି ଅଛନ୍ତି।  ଏହି ଜନ୍ତୁଙ୍କ ପ୍ରତିବଦଳରେ ସେଠାରୁ ହଳେ ଚାମୁଚ ଥଣ୍ଟିଆ ପକ୍ଷୀ, ହଳେ ମାଛରଙ୍କା ବିରାଡି, ୬ଟି ପାଣି ଗୋଧି (୨ଅଣ୍ଡିରା, ୪ମାଈ), ୪ହଳ ଆମେରିକା ଏଣ୍ଡୁଅ ଆସିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କ୍ବାରେଣ୍ଟାଇନ୍‌ରେ ଛଡ଼ାଯାଇଛି। ଆଜି ନନ୍ଦନକାନନର ଏକ ଟିମ୍‌ ଜିରାଫ୍ ଆଣିବା ପାଇଁ ଆଲିପୁର ଚିଡ଼ିଆଖାନା ଯାତ୍ରା କରିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । 

What's Your Reaction?

like

dislike

love

funny

angry

sad

wow