ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍
Vehicle owners are currently worried about pollution certificates, and amid this concern, the Transport Department has made a major announcement. For vehicles that have a valid Pollution Under Control Certificate (PUCC), a green-colored PUCC validity sticker will be made available starting January 10, 2026. According to the notification issued by the department, vehicle owners who already possess a valid PUCC can collect this green sticker from their nearest Regional Transport Office (RTO). To make the process smooth and hassle-free, special counters will be opened at all RTOs for issuing these stickers.
ବର୍ତ୍ତମାନ ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଚିନ୍ତିତ ଅଛନ୍ତି ଗାଡ଼ିଚାଳକ । ଆଉ ଏହାରି ଭିତରେ ବଡ଼ ଘୋଷଣା କରିଛି ପରିବହନ ବିଭାଗ ।ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରି ୨୦୨୬ ଠାରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ହେବ ଉପଲବ୍ଧ ।ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ପାଇପାରିବେ ଏହି ସବୁଜ ଷ୍ଟିକର୍।ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଖୋଲାଯିବ ବିଶେଷ କାଉଣ୍ଟର।
What's Your Reaction?