ନର୍ସିଂହୋମରେ ଅଗ୍ନିକାଣ୍ଡ : ସମସ୍ତ ରୋଗୀ ସୁରକ୍ଷିତ ଉଦ୍ଧାର

Jul 13, 2024 - 17:08
 0  1
ନର୍ସିଂହୋମରେ ଅଗ୍ନିକାଣ୍ଡ : ସମସ୍ତ ରୋଗୀ ସୁରକ୍ଷିତ ଉଦ୍ଧାର

କଟକ ପୁରୀଘାଟ ଥାନା ନିକଟସ୍ଥ ରାଧାରମଣ (ତ୍ରିଶା) ନର୍ସିଂହୋମର ୩ୟ ମହଲାରେ ଘଟିଛି ଅଗ୍ନିକାଣ୍ଡ । ସୂଚନା ଅନୁଯାୟୀ, ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ କରାଯାଇଛି ଉଦ୍ଧାର । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ପାଖାପାଖି ଆଇସିୟୁରେ ଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ସାରିଛି ଓ ଆମ୍ବୁଲାନ୍ସ ସହାୟତାରେ ଏସସିବି ସମେତ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କଟକ ଏସିପିଙ୍କ ସୂଚନା ଅନୁଯାୟୀ, ୮ ଜଣ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି କାର୍ଯ୍ୟରେ ତୁରନ୍ତ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳ, ଏସସିବି ଅଧିକ୍ଷକ ଓ ଏସିପିଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତେବେ ଅଳ୍ପ କେତେଜଣ ଶିଶୁଙ୍କୁ ଶିଶୁ ଭବନ ପଠାଯାଇଥିବା ବେଳେ ଅନ୍ୟ ଶିଶୁମାନଙ୍କୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିଲେ ମଧ୍ୟ ରୋଗୀ ସହାୟକଙ୍କ ସୂତ୍ରରୁ ଜଣାପଡିଛି ଯେ ହସପିଟାଲରୁ ଧୂଆଁ ବାହାରିବା ମାତ୍ରେ ବହୁତ ଜୋର ଶବ୍ଦ ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ, ଉଇଣ୍ଡୋ ଏସି କିମ୍ବା କୌଣସି ବିଦ୍ୟୁତ ଯନ୍ତ୍ରାଂଶ ଫାଟି ଯାଇଥିବା ଅନୁମାନ କରାଯାଉଛି।

What's Your Reaction?

like

dislike

love

funny

angry

sad

wow