ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ସମ୍ପର୍କ କଂଗ୍ରେସ ଦଳଠାରୁ ଅଲଗା': ବିବାଦ ମଧ୍ୟରେ ସାମ୍ ପିଟ୍ରୋଡାଙ୍କ ବୟାନ

Nov 14, 2026 - 13:07
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୋର ସମ୍ପର୍କ କଂଗ୍ରେସ ଦଳଠାରୁ ଅଲଗା': ବିବାଦ ମଧ୍ୟରେ ସାମ୍ ପିଟ୍ରୋଡାଙ୍କ ବୟାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀପାବଳି ଓ ନବବର୍ଷର ଶୁଭେଚ୍ଛା ଆଦାନପ୍ରଦାନକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ଆଲୋଚନା ମଧ୍ୟରେ ମୁହଁ ଖୋଲିଛନ୍ତି ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା। ଏହି ସାଧାରଣ ଶୁଭେଚ୍ଛାକୁ ଏତେ ଗୁରୁତ୍ୱ ଦିଆଯାଉଥିବାରୁ ସେ ଆଶ୍ଚର୍ଯ୍ୟ... 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀପାବଳି ଓ ନବବର୍ଷର ଶୁଭେଚ୍ଛା ଆଦାନପ୍ରଦାନକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ଆଲୋଚନା ମଧ୍ୟରେ ମୁହଁ ଖୋଲିଛନ୍ତି ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ମୁଖ୍ୟ ସାମ୍ ପିଟ୍ରୋଡା। ଏହି ସାଧାରଣ ଶୁଭେଚ୍ଛାକୁ ଏତେ ଗୁରୁତ୍ୱ ଦିଆଯାଉଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ପିଟ୍ରୋଡା ସ୍ପଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଏହି କଥାବାର୍ତ୍ତା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ଏବଂ ଏହାର ରାଜନୀତି ସହ କୌଣସି ସମ୍ପର୍କ ନାହିଁ। ବ୍ୟକ୍ତିଗତ ସମ୍ପର୍କକୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ସହ ଯୋଡ଼ି ଦେଖିବା ଉଚିତ ନୁହେଁ ବୋଲି ପିଟ୍ରୋଡା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବା ପରେ ସେ ଏହାର ପ୍ରତିଉତ୍ତର ଦେଇଥିଲେ, ଯାହା ଏକ ସାଧାରଣ ମାନବୀୟ ସୌଜନ୍ୟତା। ଗତ ୧୫ ବର୍ଷ ମଧ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାହାନ୍ତି କିମ୍ବା କଥା ହୋଇନାହାନ୍ତି, ତଥାପି ମୋଦୀ ସବୁବେଳେ ତାଙ୍କ ପରିବାର ପ୍ରତି ସ୍ନେହଶୀଳ ଓ ଆତ୍ମୀୟତା ଦେଖାଇ ଆସିଛନ୍ତି। କଂଗ୍ରେସ ଦଳର ମୋଦୀଙ୍କ ସହ ଯେଉଁ ରାଜନୈତିକ ସମ୍ପର୍କ ରହିଛି ତାହା ଦଳର ବିଷୟ, କିନ୍ତୁ ଜଣେ ଗୁଜରାଟୀ ବନ୍ଧୁ ଓ ଶୁଭେଚ୍ଛୁ ଭାବେ ମୋଦୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭିନ୍ନ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ବ୍ୟକ୍ତିଗତ ସମ୍ପର୍କକୁ ଅଲଗା ରଖିବା ଦରକାର: ପିଟ୍ରୋଡା
ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ମୋଦୀଙ୍କ ବାବଦରେ ଉଲ୍ଲେଖ ଥିବା ପ୍ରସଙ୍ଗରେ ପିଟ୍ରୋଡା କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ନିଜସ୍ୱ ସମ୍ପର୍କ ରହିଛି, ତେଣୁ ଦଳୀୟ ଏଜେଣ୍ଡାଠାରୁ ବ୍ୟକ୍ତିଗତ ସମ୍ପର୍କକୁ ଅଲଗା ରଖିବା ଦରକାର। ଅନ୍ୟପକ୍ଷରେ, ରାହୁଲ ଗାନ୍ଧୀଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗକୁ ସମର୍ଥନ କରି ପିଟ୍ରୋଡା ଦାବି କରିଛନ୍ତି ଯେ, ତାଙ୍କ ନିଜ ଫୋନ୍ ଓ ଡିଭାଇସଗୁଡ଼ିକୁ ମଧ୍ୟ ନିୟମିତ ଭାବେ ଟାର୍ଗେଟ୍ କରାଯାଉଛି, ଯଦିଓ ପ୍ରଧାନମନ୍ତ୍ରୀ ନିଜେ ବସି ଏସବୁ କରୁନାହାନ୍ତି। ରାହୁଲ ଗାନ୍ଧୀଙ୍କ ଆଗାମୀ ଆମେରିକା ଗସ୍ତ ସମୟରେ ସେଠାକାର ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ଏବଂ କଂଗ୍ରେସର କୌଣସି ଦେଶବିରୋଧୀ ଏଜେଣ୍ଡା ନାହିଁ ବୋଲି ସେ ବିଜେପିକୁ କଡ଼ା ଜବାବ ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow