ବିଶ୍ୱବାସୀଙ୍କୁ ଡରାଇଲାଣି ନୂଆ ଭୂତାଣୁ ଡିଙ୍ଗା

ପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭୂତାଣୁ ଡିଙ୍ଗା। ମୁଖ୍ୟତ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଛି ଏହି ରହସ୍ୟମୟ ରୋଗ।ରିପୋର୍ଟ ଅନୁଯାୟୀ, ରୋଗରେ ଅନେକ ପ୍ରକାର ଲକ୍ଷଣ ମଧ୍ଯ ହେଉଛି ଦୃଶ୍ୟମାନ । ଏହି ଜୀବାଣୁରେ ପୀଡିତ ଲୋକମାନେ ଜୋରରେ ଜ୍ୱର, ଅତ୍ୟଧିକ ଦୁର୍ବଳତା ଅନୁଭବ କରିବା ସହ ହେଉଛନ୍ତି ପକ୍ଷାଘାତରେ ପୀଡିତ । କୁହାଯାଉଛି ଯେ, ଏହି ଜୀବାଣୁରେ ପୀଡିତ ଲୋକମାନଙ୍କର ଚାଲିବା ଏବଂ ଠିଆ ହେବାରେ ହେଉଛି ଅସୁବିଧା । ବତ୍ତର୍ମାନ ପର୍ଯ୍ୟନ୍ତ ୪୦୦ ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହାଇସାରିଛନ୍ତି ମାତ୍ର କାହାର ଏପର୍ଯ୍ୟନ୍ତ ହୋଇନାହିଁ ମୃତ୍ୟୁ ।ରୋଗକୁ ରୋକିବା ପାଇଁ ପ୍ରଦାନ କରାଯାଉଛି ଆବଶ୍ୟକୀୟ ଔଷଧ ଏବଂ ଟୀକା। ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି ସାଇଣ୍ଟିଫିକ ଦଳ।
What's Your Reaction?






