ଭଗବଦ୍ ଗୀତା ଅଧ୍ୟୟନରେ ମାଷ୍ଟର ଡିଗ୍ରୀ ପାଇଁ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ
୨୦୨୪ ଅଧିବେଶନରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ ଭଗବଦ୍ ଗୀତାରେ ସ୍ନାତକୋତ୍ତର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହାପୂର୍ବରୁ କୌଣସି ବିଶ୍ବବିଦ୍ୟାଳୟରେ ଶ୍ରୀମଦ୍ ଭାଗବତ ଗୀତା ଡିଗ୍ରୀ ପାଠ୍ୟକ୍ରମ ଡିଗ୍ରୀ ନଥିଲା । ପ୍ରଥମ ଥର ପାଇଁ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି ପକ୍ଷରୁ ଏହି ଡିଗ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହାର ସମ୍ପୂର୍ଣ୍ଣ ନାମ ହେଉଛି ସ୍ନାତକୋତ୍ତର ଭଗବଦ୍ ଗୀତା ଅଧ୍ୟୟନ । ଛାତ୍ରମାନେ ୨୦୨୪ -୨୦୨୫ ଏକାଡେମିକ୍ ଅଧୁବେଶନ ପାଇଁ ଭଗବଦ୍ ଗୀତା ଅଧ୍ୟୟନରେ ମାଷ୍ଟର ଡିଗ୍ରୀ କରିବା ପାଇଁ ଆଡମିଶନ କରିପାରିବେ । ଏହି ପାଠ୍ୟକ୍ରମ ଜୁଲାଇ ୨୦୨୪ ଅଧିବେଶନରୁ ଆରମ୍ଭ ହେବ । ଇଗ୍ନୋଉ ପକ୍ଷରୁ ଏହାର ଅଫିସିଆଲ୍ ୱେବସାଇଟ୍ ignou.ac.in ରେ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି ।
What's Your Reaction?