ମାଉଣ୍ଟ ଏଲ୍ବ୍ରୁସ୍ ଚଢି ଜାତୀୟ ପତକା ଉଡାଇଲେ କଳାହାଣ୍ଡି ପୁଅ
ମାଉଣ୍ଟ ଏଲ୍ବ୍ରୁସ୍ ଚଢିଲେ କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ । ୟୁରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରୁସ୍ ଚଢି ଜିଲା ପାଇଁ ସେ ଆଣିଛନ୍ତି ଗୌରବ। ଗତ ୧୪ ତାରିଖ ଅପରାହ୍ନ ୨ଟାରେ ସେ ଇଉରୋପର ଟ୍ରେସକଲ ଗ୍ରାମରୁ ମାଉଣ୍ଟ ଏଲ୍ବ୍ରୁସ୍ ଅଭିମୁଖେ କରିଥିଲେ ଯାତ୍ରା । ଦିନକ ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖ ୧୦ ଟାରେ ମାଉଣ୍ଟ ଏଲ୍ବ୍ରୁସ୍ର ଶିଖରରେ ପହଞ୍ଚି ଉଡାଇଥିଲେ ଜାତୀୟ ପତକା। ତାଙ୍କର ଏହି ସଫଳତାରେ ଗ୍ରାମବାସୀ ଓ ଜ଼ିଲାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଜିଲାର ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଆଗାମୀ ଦିନରେ ପୃଥିବୀର ୬ଟି ମହାଦେଶର ୬ଟି ଉଚ୍ଚତମ ଶୃଙ୍ଗକୁ ଆରୋହଣ କରିବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ରାହୁଲ ।
What's Your Reaction?