ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜାରି ରହିଛି ସିବିଆଇ ତଦନ୍ତ

Aug 19, 2024 - 11:40
 0  3
ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜାରି ରହିଛି ସିବିଆଇ ତଦନ୍ତ

କୋଲକାତା ଟ୍ରେନୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜାରି ରହିଛି ସିବିଆଇ ତଦନ୍ତ। ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ତୃତୀୟ ଦିନରେ ୧୦ଘଣ୍ଟାରୁ ଅଧିକ ସମୟ ଧରି ଘଟଣା ସମ୍ପର୍କରେ କରିଛି ପଚରାଉଚରା। ଚତୁର୍ଥ ଦିନରେ ବି ତାଙ୍କୁ ପଚରାଛଚରା ଜାରି ରଖିଛି ସିବିଆଇ ଟିମ୍‌‌। ତଦନ୍ତ ସମୟରେ ହସ୍ପିଟାଲ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ହାତରେ ଲାଗିଥିବା ମିଳିଛି ସୂଚନା । ନିକଟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମାନସିକ ସ୍ଥିତି ପରୀକ୍ଷା କରାଯାଇଛି। ଆଜି ପୁଣି ଥରେ ସଞ୍ଜୟର ମାନସିକ ସ୍ଥିତି ପରୀକ୍ଷା ପାଇଁ ଡକାଯିବ। ସିବିଆଇ ଟିମ୍‌‌ ପକ୍ଷରୁ ଏପର୍ଯ୍ୟନ୍ତ ତଦନ୍ତ ନେଇ ଗଣମାଧ୍ୟମରେ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପଟେ ଫରେନସିକ୍‌‌ ଟିମ୍‌‌ ରବିବାର ପୁଣି ଥରେ ହସ୍ପିଟାଲରେ ଯାଞ୍ଚ କରିଥିବା ବେଳେ ଘଟଣାସ୍ଥଳରେ ୩ଘଣ୍ଟା ଧରି ଥ୍ରୀଡି ଲେଜର ମ୍ୟାପିଂ କରାଯାଇଥିଲା। ଗୋଟିଏ ପଟେ ସିବିଆଇ ଟିମ୍‌‌ ଯାଞ୍ଚ କରୁଥିବା ବେଳେ କଲକାତା ଓ ଦିଲ୍ଲୀରେ ପୀଡିତାଙ୍କୁ ନ୍ୟାୟ ପାଇଁ ସ୍ୱର ତୀବ୍ର ହେବାରେ ଲାଗିଛି। ରାତି ତମାମ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। 

What's Your Reaction?

like

dislike

love

funny

angry

sad

wow