ମାଥିଲିରେ ଡାଇରିଆରେ ଆଖି ବୁଜିଲେ ୨ ମହିଳା

Sep 12, 2024 - 14:47
 0  3
ମାଥିଲିରେ ଡାଇରିଆରେ ଆଖି ବୁଜିଲେ ୨ ମହିଳା

ମାଥିଲିରେ ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଅଛନ୍ତି ଆକ୍ରାନ୍ତ। ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାୟତ ଅଟାଳଗୁଡା ଗାଁର ୨ ମହିଳା। ଉଭୟଙ୍କର ଭିନ୍ନ ଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ମୃତ୍ଯୁ। ଜଣଙ୍କର ମାଥିଲି ଓ ଅନ୍ଯଜଣଙ୍କର କୋରାପୁଟରେ ଘଟିଛି ମୃତ୍ୟୁ । ସେହିପରି କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଡାଇରିଆ ଆକ୍ରାନ୍ତ ହୋଇଛନ୍ତି  ଚିହ୍ନଟ। ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ କରାଯାଇଛି ଭର୍ତ୍ତି । ସେପଟେ ଗାଁରେ ଡାଇରିଆ ନିୟନ୍ତ୍ରଣ କରିବା ପାଇଁ ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଚାଲିଛି ଜୋରଦାର ଉଦ୍ଯମ ।

What's Your Reaction?

like

dislike

love

funny

angry

sad

wow