ଯୁକ୍ତ୩ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେଧା ତାଲିକା।

Jul 16, 2024 - 12:03
 0  1
ଯୁକ୍ତ୩ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେଧା ତାଲିକା।

ଯୁକ୍ତ୩ ନାମଲେଖା ପାଇଁ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ୨୦୨୪-୨୫ ଶିକ୍ଷାବର୍ଷର ତୃତୀୟ ପର୍ଯ୍ୟାୟ ମେଧା ତାଲିକା। ଛୁଟିଦିନ ବ୍ୟତୀତ ୧୮ ତାରିଖ ସକାଳ ୯ଟାରୁ ୨୨ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ ମନୋନୀତ ଛାତ୍ରଛାତ୍ରୀ। ଅଗଷ୍ଟ ୧ରେ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ ୧,୦୫୬ ଡିଗ୍ରୀ କଲେଜରେ ଜାରି ରହିଛି ଯୁକ୍ତ୩ ନାମଲେଖା ପ୍ରକ୍ରିୟା । ସମସ୍ତ କଲେଜରେ ୨,୭୪,୧୫୧ ସିଟ୍‌ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ନାମ ଲେଖାଇଛନ୍ତି  ୧,୨୦,୮୮୫ ଛାତ୍ରୀଛାତ୍ର। ଏବେ ଖାଲିପଡ଼ିଛି ୧,୫୩,୨୬୬ଟି ସିଟ୍‌ । ତେବେ ଚଳିତବର୍ଷ ଯୁକ୍ତ୩ ନାମଲେଖା ପାଇଁ ଆବେଦନ କରିଛନ୍ତି ମୋଟ ୨,୩୭,୭୧୯ଜଣ ଛାତ୍ରଛାତ୍ରୀ। ଇନ୍‌ଷ୍ଟାଣ୍ଟ/ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇବା ପରେ ଚତୁର୍ଥ ପର୍ଯ୍ୟାୟ ଆବେଦନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି ।

What's Your Reaction?

like

dislike

love

funny

angry

sad

wow