ଫରଓ୍ବାର୍ଡ ଥୋମାସ ମୁଲରଙ୍କ ୧୪ ବର୍ଷ କ୍ୟାରିୟରର ପରିସମାପ୍ତି

Jul 16, 2024 - 11:51
 0  4
ଫରଓ୍ବାର୍ଡ ଥୋମାସ ମୁଲରଙ୍କ ୧୪ ବର୍ଷ କ୍ୟାରିୟରର ପରିସମାପ୍ତି

ଅନ୍ତର୍ଜାତୀୟ ଫୁଟବଲରୁ ଜର୍ମାନୀର ତାରକା ଫରଓ୍ବାର୍ଡ ଥୋମାସ ମୁଲର ସୋମବାର ଅବସର ଘୋଷଣା କରିଛନ୍ତି। ଫଳରେ ୨୦୧୪ ବିଶ୍ୱକପ ଟାଇଟଲ ସହ ତାଙ୍କ ୧୪ ବର୍ଷ କ୍ୟାରିୟରର ପରିସମାପ୍ତି ଘଟିଛି। ୩୪ ବର୍ଷୀୟ ବେୟର୍ନ ମ୍ୟୁନିଚ୍‌ ଷ୍ଟ୍ରାଇକର ଦେଶପାଇଁ ୧୩୧ଟି ମ୍ୟାଚ ଖେଳି ୪୫ଟି ଗୋଲ ଦେଇଛନ୍ତି।ରବିବାର ଶେଷ ହୋଇଥିବା ୟୁରୋ-୨୦୨୪ରେ ମୁଲର ଜର୍ମାନୀ ଦଳର ସଦସ୍ୟ ଥିଲେ। ସ୍ପେନ୍‌ ବିପକ୍ଷ କ୍ୱାର୍ଟର ଫାଇନାଲରେ ସେ ବଦଳ ଖେଳାଳିଭାବେ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ହୋଇ ଯାଇଥିଲା।କାରଣ ଏହି ମ୍ୟାଚରେ ସ୍ପେନ୍‌ଠାରୁ ପରାସ୍ତ ହୋଇ ଜର୍ମାନୀ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା। ଫାଇନାଲରେ ଇଂଲଣ୍ଡକୁ ହରାଇ ସ୍ପେନ୍‌ ଚାମ୍ପିୟନ ହୋଇଥିଲା। ୨୦୧୦ରେ ମୁଲରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହି ମ୍ୟାଚରେ ଜର୍ମାନୀ ୦-୧ ଗୋଲରେ ଆର୍ଜେଣ୍ଟିନାଠାରୁ ହାରିଥିଲା। ସେ କ୍ୟାରିୟରରେ ୪ ବିଶ୍ୱକପ ଏବଂ ୪ ୟୁରୋ ଚାମ୍ପିୟନଶିପ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ମୁଲରଙ୍କ ସାଥୀ ଭେଟେରାନ ଟୋନି କ୍ରୁସ୍‌ ମଧ୍ୟ ୟୁରୋ-୨୦୨୪ ପରେ ଫୁଟବଲରୁ ଅବସର ନେଇଛନ୍ତି।

What's Your Reaction?

like

dislike

love

funny

angry

sad

wow