ରାଶିଫଳ

Jul 16, 2024 - 11:33
 0  4
ରାଶିଫଳ
ମେଷ

ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ଦୁର୍ବଳତା କେତେକାଂଶରେ ଦୂରହେବ। ଅଟକି ରହିଥିବା କାମଗୁଡ଼ିକ ହାତକୁ ନେଇ ଯଥାବିଧି ସମ୍ପନ୍ନ କରିପାରିବେ।
ବୃଷ

ସମ୍ପର୍କୀୟମାନେ ଦୂରେଇଯାଉଥିବାରୁ ପର ଲୋକଙ୍କୁ ଆପଣାର କରିବାକୁ ବାଧ୍ୟହେବେ। ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ପିଲାମାନେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତାକରିବେ।
ମିଥୁନ

 ଆଜି ଅନ୍ୟମାନେ ଆପଣଙ୍କୁ ଖୋଜିବେ କିଛି ସାହାଯ୍ୟ ଆଶାପୋଷଣ କରି। ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ଆଜି ସନ୍ଧ୍ୟାରେ ପାଇବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ

ପରିସ୍ଥିତି ସହ ଟକ୍କରଦେଇ ଆଗକୁ ବଢ଼ିବାକୁ ଚେଷ୍ଟାକଲେ ସଫଳତା ପାଇବେ। ଆଲୋଚନା ମଝିରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ବାଣିଜ୍ୟ, ପରିବହନ,ଗବେଷଣା କ୍ଷେତ୍ରରେ ସଫଳତା ମିଳିବ।
ସି˚ହ

 ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବ। ଘର, ଗାଡ଼ି କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକଳାପକୁ ଅନ୍ୟମାନେ ନାପସନ୍ଦ କରିବେ।
କନ୍ୟା

ଦ୍ୱିତୀୟସ୍ଥ ଲାଭାଧିପତି ଘରୋଇ କିମ୍ବା ସରକାରୀ ସ୍ତରରେ ସ୍ଥଗିତ ପ୍ରାପ୍ୟ ପାଇବାରେ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତ। 
ତୁଳା

ବୁଧ ଓ ଶୁକ୍ର କର୍ମସ୍ଥାନରେ ରହିଥିବାରୁ ଯେଉଁ ଭଳି ଚିନ୍ତା କରୁଛନ୍ତି,ଠିକ୍‌ ସେହିପରି ହିଁ ହେବ ଏବଂ ଆପଣଙ୍କର କୌଣସି କାମ ଅଟକିବ ନାହିଁ। ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ ରହିବ ଏବଂ କୌଣସି ଯୁବକଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ।
ବିଛା

ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ବିତର୍କଜନିତ କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, କ୍ଷେତ୍ରରେ ଉନ୍ନତି କରିବେ। 
ଧନୁ

ବୃହସ୍ପତି ଦୁଃସ୍ଥାନରେ ଥିବାରୁ ସ୍ବାସ୍ଥ୍ୟହାନି ଓ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇପାରେ। ଭଲ କାମ କରି ବି ପ୍ରଶଂସା ପାଇବେ ନାହିଁ। ନୂତନ ଯୋଜନା, ଅବହେଳିତ କାମ, କୌଣସି ଆଲୋଚନା, ଆନୁଷ୍ଠାନିକ କାମ ପ୍ରଭୃତିରେ ସଫଳତା ମିଳିବ। ନିଜ ଲୋକମାନେ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି, ସତର୍କ ରହିବା ଭଲ ହେବ।
ମକର

 ଯାତ୍ରା ସମୟରେ ସତର୍କ ନ ରହିଲେ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜିଯାଇପାରେ। ବ୍ୟବସାୟ, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
କୁମ୍ଭ

ଆର୍ଥିକ ଦୁରବସ୍ଥା ଦୂରେଇବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କଳା, ସାହିତ୍ୟ, କ୍ରୀଡ଼ା ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ସଭା ସମିତି, ଚୁକ୍ତିପତ୍ର, ପରିବହନ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ।
ମୀନ

ପରିବାରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ। ବିଶେଷ ଭାବରେ ପିଲାଙ୍କ ଆଚରଣ ଓ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବ।

What's Your Reaction?

like

dislike

love

funny

angry

sad

wow