ଧୋନୀ-କୋହଲି ନା ରେ ସାଂଘାତିକ ଅଭିଯୋଗ

Jul 18, 2024 - 11:55
 0  2
ଧୋନୀ-କୋହଲି ନା ରେ ସାଂଘାତିକ ଅଭିଯୋଗ

ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ର ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ  କରିଛନ୍ତି ଏକ ବଡ଼ ଖୁଲାସା। ଏକ ସାକ୍ଷାତକାରରେ ଲେଗ ସ୍ପିନର ଅମିତ ମିଶ୍ର କହିଛନ୍ତି, ଦଳ ଚୟନରେ କେବଳ ଖେଳିବା କ୍ଷମତା ନୁହେଁ ବରଂ ସମ୍ଭାବନାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ। କ୍ରିକେଟ ପିଚରେ କେବଳ ଭଲ ପ୍ରଦର୍ଶନ କରିବା ପର୍ଯ୍ୟାପ୍ତ ନୁହେଁ। ଅଧିନାୟକଙ୍କ ପସନ୍ଦ ଉପରେ ନିର୍ଭର କରେ। ଧୋନୀ ଏବଂ କୋହଲିଙକ୍କ ଯୋଗୁ ମୋ କ୍ୟାରିୟର ବରବାଦ ହୋଇଯାଇଛି ବୋଲି ସେ କହିଛନ୍ତି। ଅମିତ କହିଛନ୍ତି, ଏମଏସ ଧୋନୀଙ୍କ ସହ ମୋର ଭଲ ସମ୍ପର୍କ ଥିଲା, କିନ୍ତୁ ଦଳରେ ମୋତେ ମନୋନୀତ କରାଯାଉ ନ ଥିଲା। ମୁଁ ଦୁଇଥର ପଚାରିଲି ମୋତେ କାହିଁକି ମନୋନୀତ କରାଯାଉ ନାହିଁ, ମୋତେ କୁହାଗଲା ଯେ ମୋତେ ବିଶ୍ରାମ ଦିଆଯିବ। ସେ ପର୍ଯ୍ୟନ୍ତ ମୁଁ ବିରତି ପାଇଁ ମଧ୍ୟ ଅନୁରୋଧ କରି ନ ଥିଲି। ତେଣୁ ମୁଁ ବିରତି ମାଗିବାର କୌଣସି କାରଣ ପାଇ ନ ଥିଲି। ସତ କହିବାକୁ ଗଲେ ମୁଁ ଧୋନିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ସ୍ଥିତିରେ ନ ଥିଲି। ମୁଁ କୋଚଙ୍କୁ ପଚାରିଥିଲି, ଯିଏ ମୋତେ ଧୋନୀଙ୍କ ସହ ସିଧାସଳଖ କଥା ହେବାକୁ କହିଥିଲେ, କିନ୍ତୁ ମୁଁ ଅନୁଭବ କଲି ଯେ ମୁଁ ଏହା କରିପାରିବି ନାହିଁ।

What's Your Reaction?

like

dislike

love

funny

angry

sad

wow