କୋହଲିଙ୍କ ମହା ରେକଡ ଠାରୁ ମାତ୍ର ଅଳ୍ପ ଦୁରରେ ବାବର

May 31, 2024 - 12:51
 0  4
କୋହଲିଙ୍କ ମହା ରେକଡ ଠାରୁ ମାତ୍ର ଅଳ୍ପ ଦୁରରେ ବାବର

ପାକିସ୍ତାନ ଅଧିନାୟକ ବାବର ଆଜାମ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଚୌକା ଗୋଟିଏ ଛକା ସହାୟତାରେ ୨୨ ବଲରେ ୩୬ ରନ ସ୍କୋର କରି ସୃଷ୍ଟି କରିଥିଲେ ଇତିହାସ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଇନିଂସ ଯୋଗୁ ପାକିସ୍ତାନ ଅଧିନାୟକ ଅନ୍ତର୍ଜାତୀୟ ଟି-୨୦ରେ ଅତିକ୍ରମ କରିଛନ୍ତି ୪୦୦୦ ରନ। ଅନ୍ତର୍ଜାତୀୟ ଟି-୨୦ରେ ଏହି ସଂଖ୍ୟା ଅତିକ୍ରମ କରିଥିବା ପାକିସ୍ତାନ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ ବାବର। ବର୍ତ୍ତମାନ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ଠାରୁ ଅଛନ୍ତି ମାତ୍ର ଇଞ୍ଚ ଦୂରରେ।ବିରାଟ କୋହଲି ଫର୍ମାଟରେ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ ଅଟନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ହଜାର ରନ ମାର୍କ ଅତିକ୍ରମ କରିଥିଲେ। ବର୍ତ୍ତମାନ ବାବର ଆଜମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ବାବର ୪୦୨୩ ରନ ସଂଗ୍ରହ କରିଥିବାବେଳେ କୋହଲି ୪୦୩୭ ରନ କରିଛନ୍ତି। ବାବର ଆଜାମ କୋହଲିଙ୍କଠାରୁ ମାତ୍ର ୧୪ ରନ ପଛରେ ଅଛନ୍ତି।ବାବର ଆଜମ ଏହା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଛାଡିଥିଲେ। ରୋହିତ ଶର୍ମା ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ୩୯୭୪ ରନ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ ଟି-୨୦ବିଶ୍ୱକପ ୨୦୨୪ର ସମସ୍ତ ତିନି ଖେଳାଳିଙ୍କ ମଧ୍ୟରେ ଏକ ଆକର୍ଷଣୀୟ ରେସ୍ଦେଖିବାକୁ ମିଳେ।ଏହିପରି ବାବର ଆଜମ ଏବଂ ବିରାଟ କୋହଲିଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଏପର୍ଯ୍ୟନ୍ତ ଚାଲିଛି। ବିରାଟ କୋହଲି ଏପର୍ଯ୍ୟନ୍ତ ୧୧୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୯ ଇନିଂସରେ ବ୍ୟାଟିଂ କରିଛନ୍ତି, ସେ ହାରାହାରି ୫୧.୭୫ ଏବଂ ଷ୍ଟ୍ରାଇକ ହାର ୧୩୮.୧୫ରେ ୪୦୩୭ ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଟିଏ ଏବଂ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋହଲି ୨୬୧ ଚୌକା ୧୧୭ ଛକା ମାରିଛନ୍ତି।ବାବର ଏପର୍ଯ୍ୟନ୍ତ ୧୧୭ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୧୧୨ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୪୧.୦୫ ଏବଂ ଷ୍ଟ୍ରାଇକ ରେଟ ୧୩୦.୧୫ରେ ୪୦୩୫ରନ କରିଛନ୍ତି। ଏହି ସମୟରେ ସେ ଶତକ ଏବଂ ୩୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ବାବର ୪୩୨ ଚୌକା ୬୯ ଛକା ମାରିଛନ୍ତି।

What's Your Reaction?

like

dislike

love

funny

angry

sad

wow