ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍‌ର ଚମତ୍କାର ବିଜୟ

Jun 22, 2024 - 12:35
 0  2
ଆମେରିକାକୁ ହରାଇ ୱେଷ୍ଟ ଇଣ୍ଡିଜ୍‌ର ଚମତ୍କାର ବିଜୟ

ଟି-୨୦ ବିଶ଼୍ବକପ୍‌ ୨୦୨୪ର ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ରେ ଆମେରିକାକୁ ୯ ୱିକେଟ୍‌ରେ ହରାଇଛି ୱେଷ୍ଟ ଇଣ୍ଡିଜ୍‌।ଏହି ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ ଖେଳାଳି ହୋପ୍‌ ଟି-୨୦ ଇଣ୍ଟରନ୍ୟାଶନାଲ୍‌ର ସବୁଠାରୁ ବଡ଼ ପାଳି ଖେଳିଛନ୍ତି । ନିକୋଲସ ପୁରନ୍‌ଙ୍କ ଭାଗିଦାରୀ ସହିତ ସେ ଜବରଦସ୍ତ ପାଳି ଖେଳିଥିଲେ ହୋପ୍‌ । ଆମେରିକାର ଷ୍ଟାର୍‌ ବୋଲର ସୌରଭ ନେତ୍ରବଲକର ମଧ୍ୟ ସେମାନଙ୍କ ଆଗରେ ଫେଲ୍‌ ମାରିଥିଲେ । ୱେଷ୍ଟ୍‌ ଇଣ୍ଡିଜ୍‌ର ବିଜୟ ପରେ ସୁପର ୮ ଗ୍ରୁପ୍‌ ୨ ମ୍ୟାଚ୍‌ ଏବେ ଆହୁରି ରୋମାଞ୍ଚକର ହୋଇଛି ।ଏହି ମ୍ୟାଚ୍‌ରେ ପ୍ରଥମେ ଆମେରିକା ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଆମେରିକାର କୌଣସି ବ୍ୟଟ୍ସମ୍ୟାନ୍‌ ୩୦ ରନ୍‌ ଉପରକୁ ମଧ୍ୟ କରିପାରିନଥିଲେ । ୱେଷ୍ଟ ଇଣ୍ଡିଜ୍‌ର ଆନ୍ଦ୍ରେ ରସେଲ୍‌ ଏବଂ ରାଷ୍ଟନ ଚେଜ୍‌ ୩ ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ତେବେ ୱେଷ୍ଟ୍‌ ଇଣ୍ଡିଜ୍‌ ଆଗରେ ୧୨୯ ରନ୍‌ର ଲକ୍ଷ୍ୟ ରହିଥିଲା । ଏହାର ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ହୋପ୍‌ ଏବଂ ଜନସନ ଚାଲର୍‌ସ । ପ୍ରଥମ ୱିକେଟ୍‌ ସହ ୭ ଓଭରରେ ଦୁହେଁ ୬୭ ରନ୍‌ ଯୋଡ଼ିଥିଲେ । ଚାଲର୍‌ସ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ତାଙ୍କ ସ୍ଥାନରେ ଆସିଥିଲେ ନେକୋଲସ । ଦୁହେଁ ଆକ୍ରମଣାତ୍ମ ଢଙ୍ଗରେ ଖେଳିଥିଲେ । ଫଳରେ ଆମେରିକାର ବୋଲର ତିଷ୍ଠି ପାରିନଥିଲେ । ଶେଷରେ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା ୱେଷ୍ଟ ଇଣ୍ଡିଜ୍‌ ।

What's Your Reaction?

like

dislike

love

funny

angry

sad

wow