ରାଶିଫଳ

Jul 18, 2024 - 12:10
 0  3
ରାଶିଫଳ
ମେଷ

 ପ୍ରତ୍ୟୁଷ ଯାତ୍ରା ସମୟରେ ଜଣେ ବନ୍ଧୁଙ୍କୁ ଭେଟିବେ, ଯାହାଙ୍କ ଦ୍ୱାରା ଆପଣଙ୍କ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। କୃତ୍ତିକା ନକ୍ଷତ୍ର ବ୍ୟବସାୟିକ ଦିଗରୁ ବଡ଼ଧରଣର ସମସ୍ୟା ରହିବ ନାହିଁ।
ବୃଷ

 ମୃଗଶିରା ନକ୍ଷତ୍ର ଯାତ୍ରାକାଳରେ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟହେବେ। ପିଲାମାନଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଅନ୍ୟମାନଙ୍କଠାରୁ ସହାନୁଭୂତି ବଦଳରେ ସମାଲୋଚନା ଶୁଣିବେ।
ମିଥୁନ

 ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରର ଦାୟିତ୍ୱ ବଢ଼ିବ। ଆନୁଷ୍ଠାନିକ କ୍ଷେତ୍ରରେ ଅସହିଷ୍ଣୁ ବ୍ୟକ୍ତିଙ୍କ ଦ୍ୱାରା ଚାପର ସମ୍ମୁଖୀନ ହେବେ। ପୁନର୍ବସୁ ନକ୍ଷତ୍ର ସକାଶେ ସନ୍ତାନଙ୍କ ଦ୍ୱାରା ଗର୍ବିତ ହେବେ।
କର୍କଟ

ଅଶ୍ଳେଷା ନକ୍ଷତ୍ର ପାଇଁ ସହକର୍ମୀଙ୍କ ପରୋକ୍ଷ ବିରୁଦ୍ଧାଚରଣ ଓ ବ୍ୟୟବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ। ଠିକ୍‌ ନିଷ୍ପତ୍ତି ଗ୍ରହଣଜନିତ ଦ୍ୱନ୍ଦ୍ୱରେ ପଡ଼ି କଥାକୁ ଠିକ୍‌ ଭାବେ ବୁଝିପାରିବେନି। ପ୍ରଶାସନିକସ୍ତରରେ ଟେନ୍‌ସନ କିଛିମାତ୍ରାରେ ଲାଗିରହିବ। 
ସି˚ହ

ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ସଂଗୀତ ତଥା ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ମଘା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପାରିବାରିକ ପ୍ରତିବନ୍ଧକ ଦୂରେଇଯିବ।
କନ୍ୟା

 ବ୍ୟବସାୟ, ପରିବହନ ତଥା ନିର୍ମାଣ କ୍ଷେତ୍ରରେ ଆଶା ପୂରଣ ହେବ। ଚିତ୍ରା ନକ୍ଷତ୍ରର ଧୈର୍ଯ୍ୟଚ୍ୟୁତି ଘଟିବା ସହ ଜମିଜମା ପାଇଁ ପ୍ରତିବନ୍ଧକ ସୃଷ୍ଟିହେବ। କଚେରି ମାମଲା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା

 ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନରୂପ ଦେବାକୁ ଚେଷ୍ଟା କରିପାରନ୍ତି। ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ କଳାକୌଶଳ ପ୍ରୟୋଗକରି ଜୟଯୁକ୍ତ ହେବେ। ନିର୍ମାଣ, ବାଣିଜ୍ୟ କ୍ଷେତ୍ରରେ ଯୋଜନାକୁ ବାସ୍ତବ ରୂପ ଦେବେ।
ବିଛା

 ପ୍ରକାଶନ, ପ୍ରଶାସନ, ମାଲିମକଦ୍ଦମା, ସଭାସମିତି ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଅନୁରାଧା ନକ୍ଷତ୍ର ସକାଶେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆମତ୍ୀୟମାନଙ୍କୁ ଛାଡ଼ି ପାରିବେ ନାହିଁ କିମ୍ବା ସାଙ୍ଗରେ ମଧ୍ୟ ନେଇ ଚଳିପାରିବେ ନାହିଁ।
ଧନୁ

ବ୍ୟକ୍ତିଗତ ସ୍ତରରେ ଅସନ୍ତୁଷ୍ଟ ନ ଥିଲେ ମଧ୍ୟ ଆପଣଙ୍କ କାର୍ଯ୍ୟକଳାପ ଓ ବ୍ୟବହାରରେ ଅନ୍ୟମାନେ ଅସନ୍ତୁଷ୍ଟ ରହିପାରନ୍ତି। କୌଣସି କାର୍ଯ୍ୟ ସମାପନ ପରିପ୍ରେକ୍ଷୀରେ ଖର୍ଚ୍ଚାନ୍ତ ହେବେ ସିନା ଆଶା ନିଶ୍ଚିତ ପୂରଣ ହେବ। ଅଷ୍ଟମସ୍ଥ ବୁଧ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ। 
ମକର

ପରୋକ୍ଷ ଶତ୍ରୁତା କାରଣରୁ ବିବାଦୀୟ କ୍ଷେତ୍ରରେ ନିଷ୍ପତ୍ତି ଅମୀମାଂସିତ ରହିବା। ମନଭୁଲାଣିଆ କଥା କହୁଥିବା ବନ୍ଧୁଙ୍କ ଉପରେ ଜମା ଭରସା କରିପାରିବେ ନାହିଁ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, କଚେରି ମାମଲାରେ ସଫଳତା ଅବଶ୍ୟ ମିଳିବ।
କୁମ୍ଭ

ପୂର୍ବଭାଦ୍ର ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ସାଙ୍ଗକୁ ସାମାଜିକସ୍ତରରେ ପ୍ରଶଂସିତ ହେବେ। ମନୋରଞ୍ଜନ ଜିନିଷ କିମ୍ବା ନୂତନ ବନ୍ଧୁ ସମ୍ପର୍କଜନିତ ଖୁସି ରହିପାରନ୍ତି।
ମୀନ

 ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଏବଂ ସଭାସମିତିରେ ପ୍ରଶଂସିତ ହେବେ। ରେବତୀ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ସ୍ବଚ୍ଛଳତା ସାଙ୍ଗକୁ ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ। 

What's Your Reaction?

like

dislike

love

funny

angry

sad

wow