ରାଶିଫଳ

ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି। ସବୁଥତ୍ରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ । ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।
ଅନ୍ୟମାନଙ୍କ ଫୁସୁଲାଫୁସୁଲି କଥାରେ କାମକଲେ ସେଥିପାଇଁ ଅନୁତାପ କରିବାକୁ ପଡ଼ିପାରେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପାରିବାରିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
କର୍ମକ୍ଷେତ୍ରରେ ଯେତେ ଭଲକାମ କଲେ ମଧ୍ୟ ପ୍ରଶଂସାସୂଚକ ପଦୁଟିଏ ଶୁଣିବାକୁ ମିଳିବ ନାହିଁ। ମତପାର୍ଥକ୍ୟ ଯୋଗୁ ସ୍ତ୍ରୀ/ସ୍ବାମୀଙ୍କ ସହ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ସାହଚର୍ଯ୍ୟରୁ ସାମାଜିକ ସ୍ତରରେ ସମ୍ମାନ ଲଭିବେ।
ଭୁଲ୍ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସମ୍ପନ୍ନହେବା କଷ୍ଟକର ହୋଇପଡ଼ିବ। କୌଣସି ଲୋକର ପ୍ରଭାବରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟହେବେ।
ବନ୍ଧୁଙ୍କ ସହ ସାମାନ୍ୟ କଥାରେ ଅତିଶୟ ରାଗି ପରିସ୍ଥିତିକୁ ସରଗରମ କରିପାରନ୍ତି। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍ ଆଦୃତ ହେବେ। ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱଦ୍ୱିତା ପ୍ରଭୃତିରେ ଜୟଯୁକ୍ତ ହେବେ। କିଛି କାମ ହାସଲ କରିବା ସକାଶେ ଅଯଥା ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ଭାଙ୍ଗିପଡ଼ିଥିବା ସମ୍ପର୍କକୁ ଯୋଡ଼ିବା ଲାଗି ଚେଷ୍ଟାକରି ସଫଳ ହେବେ। ଦୀର୍ଘ ଦିନରୁ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଅସାବଧାନତା ଯୋଗୁ ଅନ୍ୟମନସ୍କ ଭାବରେ ଗାଡ଼ି ଚଳାଇବା ସମସ୍ୟାର କାରଣ ହୋଇପାରେ।
ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ, ମାତ୍ର ବହୁତ ତକଲିପି ସହିବାକୁ ପଡ଼ିବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍ବେଳିତ ହୋଇପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍ ଆଦୃତ ହେବେ।
କୌଣସି ଘଟଣାକୁ ନେଇ ମନଟା ଭାରାକ୍ରାନ୍ତ ରହିବ। ଶାରୀରିକ ଅସୁସ୍ଥତାଜନିତ କୌଣସି କାମ ଉସତ୍ାହପ୍ରଦ ହେବନାହିଁ। ବନ୍ଧୁଙ୍କ ପରାମର୍ଶରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
What's Your Reaction?






