ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି କାଙ୍କରକୋଣ୍ଡା ପୋଲ

Aug 31, 2024 - 15:24
 0  3
ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି କାଙ୍କରକୋଣ୍ଡା ପୋଲ

ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ।ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ହୋଇଛି ବାଧାପ୍ରାପ୍ତ । ଲଘୁଚାପ ପ୍ରଭାବରେ ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲାଗିରହିଛି  ଲଗାଣ ବର୍ଷା । ପୋଲ ଉପରେ ପାଣି ରହୁଥିବାରୁ ୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଛି। ମାଲକାନଗିରିରୁ କାଲିମେଳା, କାଲିମେଳାରୁ ପଡ଼ିଆକୁ ଯୋଗାଯୋଗ ହୋଇଛି ବିଛିନ୍ନ । ଯାହାଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ହେଉଛନ୍ତି ସମ୍ମୁଖୀନ। 

What's Your Reaction?

like

dislike

love

funny

angry

sad

wow