ଆଜି ଶ୍ରୀମନ୍ଦିରରେ ଠାକୁରଙ୍କୁ ଲାଗି କରାଯିବ ଛଅମୂର୍ତ୍ତି ଅଳଙ୍କାର

Aug 25, 2024 - 14:03
 0  3
ଆଜି ଶ୍ରୀମନ୍ଦିରରେ ଠାକୁରଙ୍କୁ ଲାଗି କରାଯିବ ଛଅମୂର୍ତ୍ତି ଅଳଙ୍କାର

ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ହେବ ଅନୁଷ୍ଠିତ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଲାଗି କରାଯିବ ଛଅମୂର୍ତ୍ତି ଅଳଙ୍କାର। ସନ୍ଧ୍ୟାପରେ ବନ୍ଦ କରାଯିବ ଜୟବିଜୟ ଦ୍ୱାର। ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ରଖାଯିବ ଅଣସର ପିଣ୍ଡିରେ। ଯାହାକୁ ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ ପ୍ରସାଦ। ପୂଜାପଣ୍ଡା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ କରିବେ ବନ୍ଦାପନା। ଯାହାକୁ କୁହାଯାଇଥାଏ ଗର୍ଭଉଦକ ବନ୍ଦାପନା।  ଏହାକୁ ଶ୍ରୀମନ୍ଦିରରେ ବେଶ ଧୁମଧାମରେ କରାଯାଏ ପାଳନ।

What's Your Reaction?

like

dislike

love

funny

angry

sad

wow