ସାରା ରାଜ୍ୟରେ ସରକାରୀ ଜମିରୁ ହଟିବ ବେଆଇନ ଦଖଲ

Jul 8, 2024 - 13:04
 0  1
ସାରା ରାଜ୍ୟରେ ସରକାରୀ ଜମିରୁ ହଟିବ ବେଆଇନ ଦଖଲ

ମୁଖ୍ୟମନ୍ତ୍ରୀ ଦେଲେ କଡା ନିର୍ଦେଶ । ସରକାରୀ ଜମିରୁ ହଟିବ ବେଆଇନ ଜବର ଦଖଲ । ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳମାନଙ୍କୁ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଏହି ବେଆଇନ ଜବର ଦଖଲ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ ସରକାରୀ ଜମିଗୁଡ଼ିକ । କିନ୍ତୁ ବେଆଇନ ଜବର ଦଖଲ ପାଇଁ ବାଧାପ୍ରାପ୍ତ ହେଉଛି ବିକାଶ । ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ। ପ୍ରଚଳିତ ନିୟମ ଅନୁଯାୟୀ ଜବର ଦଖଲ ହଟିବା ପରେ ବାଡ଼ ବସାଇ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ଦିଆ ଯାଇଛି ନିର୍ଦ୍ଦେଶ ।

What's Your Reaction?

like

dislike

love

funny

angry

sad

wow