ସେମିଫାଇନାଲ୍‌ରେ ହାରିଲେ କ୍ୱିମ୍‌ସି ଡି’ସୁଜା, କାଂସ୍ୟ ପଦକ ପାଇଁ ଲଢ଼ିବେ

Sep 19, 2026 - 15:44
ସେମିଫାଇନାଲ୍‌ରେ ହାରିଲେ କ୍ୱିମ୍‌ସି ଡି’ସୁଜା, କାଂସ୍ୟ ପଦକ ପାଇଁ ଲଢ଼ିବେ

ଏସୀୟ କ୍ରୀଡ଼ାରେ ଟେକବଲ୍‌ର ପଦାର୍ପଣ ବର୍ଷରେ ଭାରତର ପଦକ ଆଶାକୁ ଜୀବନ୍ତ ରଖିଛନ୍ତି କ୍ୱିମ୍‌ସି ଡି’ସୁଜା। ମହିଳା ଏକକ ସେମିଫାଇନାଲ୍‌ରେ ଭଲ ଆରମ୍ଭ କରିଥିଲେ ମଧ୍ୟ ଇଣ୍ଡୋନେସିଆର ସୁମାୟାଙ୍କଠାରୁ ୧୨-୭, ୯-୧୨, ୧୨-୭ରେ ପରାସ୍ତ ହୋଇଛନ୍ତି । 

ଏସୀୟ କ୍ରୀଡ଼ାରେ ଟେକବଲ୍‌ର ପଦାର୍ପଣ ବର୍ଷରେ ଭାରତର ପଦକ ଆଶାକୁ ଜୀବନ୍ତ ରଖିଛନ୍ତି କ୍ୱିମ୍‌ସି ଡି’ସୁଜା। ମହିଳା ଏକକ ସେମିଫାଇନାଲ୍‌ରେ ଭଲ ଆରମ୍ଭ କରିଥିଲେ ମଧ୍ୟ ଇଣ୍ଡୋନେସିଆର ସୁମାୟାଙ୍କଠାରୁ ୧୨-୭, ୯-୧୨, ୧୨-୭ରେ ପରାସ୍ତ ହୋଇଛନ୍ତି । ଏହା ସହ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ କାଂସ୍ୟ ପଦକ ମୁକାବିଲା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

୨୪ ବର୍ଷୀୟା ମୁମ୍ବାଇ ତାରକା ଡି’ସୁଜା ପ୍ରଥମ ଗେମ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ବକ୍ରାକାର ଟେବୁଲ୍‌କୁ ଭଲ ଭାବେ ବ୍ୟବହାର କରି ସ୍ଲାଇଡିଂ ସର୍ଭ ଓ ତୀକ୍ଷ୍ଣ ଡାଏଗୋନାଲ୍ ସ୍ମାସ୍‌ ଜରିଆରେ ସୁମାୟାଙ୍କୁ ଚାପରେ ରଖିଥିଲେ। ଫଳରେ ପ୍ରଥମ ଗେମ୍‌କୁ ୧୨-୭ରେ ଜିତିଥିଲେ । ଦ୍ୱିତୀୟ ଗେମ୍‌ରେ କିନ୍ତୁ ସୁମାୟା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ୯-୯ ସ୍ଥିତିରେ ଦୁଇଟି ଚତୁର ଡ୍ରପ୍ ଶଟ୍ ଖେଳି ଡି’ସୁଜାଙ୍କ ଉପରେ ଚାପ ବଢ଼ାଇଥିଲେ। ଏହାପରେ ୧୨-୯ରେ ଗେମ୍‌ ଜିତି ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ ।

ନିର୍ଣ୍ଣାୟକ ତୃତୀୟ ଗେମ୍‌ରେ ମଧ୍ୟ ଡି’ସୁଜା ଭଲ ଆରମ୍ଭ କରିଥିଲେ । ତେବେ ସୁମାୟା ଚାପ ବଢ଼ାଇବା ସହ ଲମ୍ବା ରାଲି ଖେଳି ଡି’ସୁଜାଙ୍କୁ ଅଧିକ ପରିଶ୍ରମ କରାଇଥିଲେ। ଶେଷରେ ୧୨-୭ରେ ଗେମ୍‌ ଜିତି ସୁମାୟା ଫାଇନାଲ୍ ଟିକେଟ୍ ହାସଲ କରିଥିଲେ । ସେମିଫାଇନାଲ୍‌ରେ ପରାଜୟ ସତ୍ତ୍ୱେ ଡି’ସୁଜାଙ୍କ ପାଖରେ ଏବେବି ଇତିହାସ ରଚିବାର ସୁଯୋଗ ରହିଛି । କାଂସ୍ୟ ପଦକ ମୁକାବିଲା ଜିତିଲେ ଏସୀୟ କ୍ରୀଡ଼ାର ଟେକବଲ୍‌ରେ ପଦକ ଜିତିବାରେ ଡି’ସୁଜା ଦେଶର ପ୍ରଥମ ଖେଳାଳି ହେବେ । 

What's Your Reaction?

like

dislike

love

funny

angry

sad

wow