ହିମାଚଳ ପ୍ରଦେଶରେ ଏବେବି ନିଖୋଜ ୪୭ ଜଣ

Aug 4, 2024 - 11:48
 0  1
ହିମାଚଳ ପ୍ରଦେଶରେ ଏବେବି ନିଖୋଜ ୪୭ ଜଣ

ହିମାଚଳ ପ୍ରଦେଶର ବିଭିନ୍ନ  ସ୍ଥାନରେ ବର୍ଷା ଓ ଭୂସ୍ଖଳନ ପ୍ରଭାବିତ କରିଛି ଜନଜୀବନ । ଫଳରେ ରାଜ୍ୟରେ ବନ୍ଦ ରହିଛି ୨ଟି ଏନ୍ଏଚ୍ ସମେତ ୧୧୬ଟି ରାସ୍ତା । ମଣ୍ଡିରେ ଗୋଟିଏ ଜାତୀୟ ରାଜପଥ ୭୦ ଓ ୩୭ ରାସ୍ତା, କୁଲ୍ଲୁରେ ୩୦୫ ଓ ୩୪ ରାସ୍ତା ଏବଂ ଶିମଲାର ୨୭ଟି ରାସ୍ତା ରହିଛି ବନ୍ଦ । ଭିନ୍ନ ଭିନ୍ନ ୧୬୦ ଟି ସ୍ଥାନରେ ଟ୍ରାନ୍ସଫର୍ମର ଖରାପ  ହୋଇଥିବାରୁ ଶହ ଶହ ଘରେ ନାହିଁ ବିଜୁଳି । ହିମାଚଳ ପ୍ରଦେଶର କୁଲ୍ଲୁ, ଶିମଲା ଏବଂ ମଣ୍ଡିର ୭ଟି ସ୍ଥାନରେ ତିନି ଦିନ ତଳେ ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ନିଖୋଜ ହୋଇଥିବା ୪୭ ଜଣଙ୍କର ତୃତୀୟ ଦିନରେ ମିଳିପାରିନାହିଁ ସନ୍ଧାନ । ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏନଡିଆରଏଫ, ସିଡିଆରଏଫ, ପୋଲିସ ଓ ହୋମଗାର୍ଡ ମାନେ ଚଳାଇଛନ୍ତି ସର୍ଚ୍ଚ ଅପରେସନ । ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୮ ଜଣଙ୍କ ଘଟିଛି ମୃତ୍ୟୁ । ଡ୍ରୋନ୍ ଓ ଜେସିବି ସମେତ ବିଭିନ୍ନ ଉପକରଣ ସାହାଯ୍ୟରେ ଜାରି ରହିଛି ସର୍ଚ୍ଚ ଅପରେସନ।

What's Your Reaction?

like

dislike

love

funny

angry

sad

wow